ବାପାର ଜୀବନ ବଞ୍ଚାଇବା ପାଇଁ ୨ଘଣ୍ଟା ସାଲାଇନ୍‌ ବୋତଲ ଧରି ଛିଡା ହେଲା କୁନି ଝିଅ

ନୂଆଦିଲ୍ଲୀ: ଔରାଙ୍ଗବାଦ ଘାଟିରେ ଥିବା ଏକ ସରକାରୀ ଡାକ୍ତରଖାନାରରେ ସ୍ୱସ୍ଥ୍ୟ ସେବା କିଭଳି ଚାଲିଛି ତାର ଏକ ବାସ୍ତବିକ ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଆପଣ ଏହି ଫଟୋଟିକୁ ଦେଖି ଡାକ୍ତରଖାନାରେ ରୋଗୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା କିଭଳି ଭାବେ ଚାଲିଛି ତାହା ଅନୁମାନ କରିପାରିବେ।

ସୂଚନା ମୁତାବକ, ଔରଙ୍ଗାବାଦରେ ରହୁଥିବା ଏକନାଥ ଗବଲି ନାମକ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାଙ୍କୁ ଗତ ୫ ତାରିଖରେ ଚିକିତ୍ସା ପାଇଁ ଏହି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏଠାରେ ତାଙ୍କର ଅସ୍ତ୍ରୋପଚାର ମଇ ୭ରେ କରାଯାଇଥିଲା ଏବଂ ଅସ୍ତ୍ରୋପଚାର ପରେ ତାଙ୍କୁ ୱାର୍ଡକୁ ଅଣାଯାଇଥିଲା। ଯେତେବେଳେ ସେ ଓ୍ଵାର୍ଡରେ ରହିଥିଲେ ସେଠାରେ ସାଲାଇଲ ରଖିବାକୁ ଷ୍ଟାଣ୍ଡ ନଥିଲା । ଯେଉଁଥିପାଇଁ ଏକନାଥଙ୍କୁ ଚିକିତ୍ସା କରୁଥିବା ଡାକ୍ତର ୭ବର୍ଷର ଏହି କୁନିଝିଅ ହାତରେ ସାଲାଇନ ବୋତଲ ଧରାଇ ଦେଇଥିଲେ। ସାଲାଇନ ସରିବା ପର୍ଯ୍ୟନ୍ତ ସେମିତି ବୋଲତ ଧରି ଠିଆ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ରୋଗାକ୍ରାନ୍ତ ବାପାର ଆରୋଗ୍ୟ ପାଇଁ ହାତରେ ସାଲାଇନ ବୋତଲ ଧରି ଦୀର୍ଘ ୨ ଘଣ୍ଟା ବିନା ଆପତ୍ତିରେ ଛିଡ଼ା ହୋଇଥିଲା କୁନିଝିଅଟି ।

ତେବେ ଘଟଣାଟି ପ୍ରଘଟ ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ତରଫରୁ ସଫେଇ ଦିଆଯାଇଥିଲା କି, ଅପରେସନ ଥିଏଟରରୁ ୱାର୍ଡ ସିଫ୍‌ଟ କରିବା ସମୟରେ ରୋଗୀ ସାଥିରେ ଥିବା ଏହି ଝିଅଟିକୁ ମାତ୍ର କିଛି ସମୟ ପାଇଁ ସାଲାଇନ ବୋତଲ ଧରେଇ ଦିଆଯାଇଥିଲା । ଆଉ ଏହି ସମୟରେ ହିଁ କେହି ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଦେଇଛି ।

ସମ୍ବନ୍ଧିତ ଖବର