ଇଞ୍ଜେକ୍‌ସନ ଦେଉଥିବା ବେଳେ ଅଶ୍ଲୀଳ ଭିଡିଓ ବନାଉଥିଲେ ଡାକ୍ତର! ଭିଡିିଓ ଦେଖାଇ ବ୍ଲାକ୍‌ମେଲ କରି ଦେହ ବ୍ୟବସାୟରେ ଲଗାଉଥିଲେ

ନୋଏଡ଼ା : ଦିଲ୍ଲୀର ନୋଏଡାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା । ଜଣେ ଡ଼ାକ୍ତର ହୋଇ ରୋଗୀଙ୍କ ଜୀବନ ବଞ୍ଚାଇବା ପରିବର୍ତ୍ତେ ସେ ରୋଗୀମାନଙ୍କ ଜୀବନ କିପରି ନର୍କ କରୁଥିଲା ତାହାର ପର୍ଦ୍ଦାଫାଶ କରିଛି ପୁଲିସ । ଚିକିତ୍ସା ପାଇଁ ଆସୁଥିବା ମହିଳା ବା ଯୁବତୀମାନଙ୍କୁ ଇଞ୍ଜେକ୍‌ସନ ଦେବା ବାହାନାରେ ସେମାନଙ୍କର ଅଶ୍ଲୀଳ ଭିଡ଼ିଓ ତିଆରି କରିବା ସହ ପରେ ସେହି ଭିଡ଼ିଓ ଦେଖାଇ ସେମାନଙ୍କୁ ବ୍ଲାକ୍‌ମେଲ କରୁଥିଲା ଡ଼ାକ୍ତର । ଭିଡ଼ିଓ ଭାଇରାଲ କରିଦେବା ଧମକ ଦେଇ ଅଭିଯୁକ୍ତ ଡ଼ାକ୍ତର ସେମାନଙ୍କୁ ଦେହ ବ୍ୟବସାୟରେ ଲିପ୍ତ ହେବାକୁ ବାଧ୍ୟ କରୁଥିଲା । ଏ ନେଇ ପୁଲିସକୁ ଖବର ମିଳିବା ପରେ ପୁଲିସ ଅଭିଯୁକ୍ତ ଡ଼ାକ୍ତର ସମେତ ତା’ର ୪ ଜଣ ସହଯୋଗୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Manas Media

ସୂଚନା ମୁତାବକ,ଅଭିଯୁକ୍ତ ଡ଼ାକ୍ତର ସନ୍ତୋଷ ନିଜ ପାଖକୁ ଆସୁଥିବା ରୋଗୀଙ୍କୁ ଇଞ୍ଜେକ୍‌ସନ ଦେବା ସମୟରେ ତାଙ୍କର ଜଣେ ସହଯୋଗୀ ସୌରଭ ଏହାର ଭିଡ଼ିଓ ଉତ୍ତୋଳନ କରୁଥିଲେ । ପରେ ଏହାକୁ ଭାଇରାଲ କରିଦେବାର ଧମକ ଦେଇ ପୀଡ଼ିତାଙ୍କୁ ସୁମିତ୍‌ ନାମକ ଜଣେ ଯୁବକଙ୍କ ଗେଷ୍ଟହାଉସ୍‌ରେ ନେଇ ରଖାଉଥିଲେ । ସେଠାରୁ ଡ଼ାକ୍ତର ଏବଂ ତାଙ୍କ ୪ ଜଣ ସାଥୀ ମିଶି ପୀଡ଼ିତାଙ୍କୁ ଦେହ ବ୍ୟବସାୟରେ ସାମିଲ୍‌ କରୁଥିଲେ । ଏ ପର୍ଯ୍ୟନ୍ତ ସେମାନେ ୧୦୦ରୁ ଅଧିକ ମହିଳାଙ୍କୁ ଦେହ ବ୍ୟପାରରେ ଲଗାଇ ସାରିଥିବା ବେଳେ ସେମାନଙ୍କୁ କଏଦ୍‌ କରି ରଖୁଥିଲେ । ଏହି ଖବର ପୁଲିସକୁ ମିଳିବା ପରେ ଗେଷ୍ଟହାଉସ୍‌ରେ ଛଢ଼ାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଟକ ଥିବା ମହିଳା ଏବଂ ଯୁବତୀମାନଙ୍କୁ ଉଦ୍ଧାର କରିଛି ପୁଲିସ ।

ସମ୍ବନ୍ଧିତ ଖବର