କ୍ଲିନିକ୍‌ ବାହାରେ ରଖା ଯାଇଥିବା ଚପଲ ଚୋରି କରୁଥିବାରୁ ନାବାଳକଙ୍କୁ ଲୁହା ଚେନ୍‌ରେ ବାନ୍ଧି ଦେଲେ କ୍ଲିନିକ୍‌ ଆଟେଣ୍ଡାଣ୍ଟ,ଖବର ପାଇ ଗିରଫ କଲା ପୁଲିସ

0 520

ଗାଜିଆବାଦ୍‌ : ମଙ୍ଗଳବାର ଜଣେ କ୍ଲିନିକ୍‌ ଆଟେଣ୍ଡାଣ୍ଟଙ୍କୁ ଗାଜିଆବଦରୁ ପୁଲିସ ଗିରଫ କରିଥିବା ଜଣା ପଡ଼ିଛି । ନାବାଳକାକୁ ସାମନ୍ୟ କାରଣରୁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଲୁହା ଚେନ୍‌ରେ ବାନ୍ଧି ରଖିଥିବାରୁ ପୁଲିସ ଗିରଫ କରିଥିବା ଖବର ମିଳିଛି । କ୍ଲିନିକ୍‌ ଆଟେଣ୍ଡାଣ୍ଟ ଅସିଫ୍‌ ନାବାଳକକୁ କ୍ଲିନିକ୍‌ ବାହାରେ ଥିବା ଚପଲ ଉଠାଉଥିବାର ଦେଖି ତାକୁ ଧରିବା ସହ ତାଙ୍କ ଗୋଟେ ଗୋଡ଼କୁ ଲୁହା ରଡ଼୍‍ରେ ବାନ୍ଧି ଦେଇଥିଲେ । ଏହି ସମୟରେ ଜଣେ ସ୍ଥାନୀୟ ସାମ୍ବାଦିକ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ୍‌ କରିବା ସହ ପୁଲିସରେ ଅଭିଯୋଗ କରିଥିଲେ ।

Hindustan Times

ପୁଲିସରେ ଅଭିଯୋଗ ହୋଇଥିବା ଜାଣି କ୍ଲିନିକ୍‌ ଆଟେଣ୍ଡାଣ୍ଟ ନାବାଳକକୁ ମୁକ୍ତ କରି ଦେଇଥିଲେ । କିନ୍ତୁ ଘଟଣାସ୍ଥଳରେ ପହଞ୍ଚି କ୍ଲିନିକ୍‌ ଆଟେଣ୍ଡାଣ୍ଟ ଏପରି କରିଥିବା ଜାଣି ପୁଲିସ ତାଙ୍କୁ କବି ନଗର ପୁଲିସ ଷ୍ଟେସନକୁ ନେଇଥିଲା । ଏ ପର୍ଯ୍ୟନ୍ତ ନାବାଳକର ପତ୍ତା ମିଳି ନଥିବାରୁ ପୁଲିସ ଅସିଫ୍‌ଙ୍କ ବିରୋଧରେ ମାମଲା ରୁଜୁ କରି ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.