ପେଟରେ ମଲା ସନ୍ତାନ ଥିବା ଦର୍ଶାଇ ମହିଳାଙ୍କୁ ତଡ଼ି ଦେଲା ହସ୍‌ପିଟାଲ, ଖୋଲା ଆକାଶ ତଳେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପ୍ରସୂତି

ଭୋପାଳ: ସନ୍ତାନ ଜନ୍ମ ଦେବା ପ୍ରତ୍ୟେକ ମହିଳାଙ୍କ ପାଇଁ ଯେତିକି ଖୁସିର ମୁହୂର୍ତ୍ତ ଥାଏ ଯେତିକି ଯନ୍ତ୍ରଣାଦାୟକ ମଧ୍ୟ। ୁ ମଧ୍ୟପ୍ରଦେଶର ଦିନଦୋରି ଜିଲ୍ଲାରେ ବସବାସ କରୁଥିବା ୨୪ବର୍ଷୀୟ ସମରବତୀ ଦେବୀଙ୍କ ସହିତ ଏକ ଅଭାବନୀୟ ଘଟଣା ଘଟିଛି। ଯିଏକି ୮ମାସର ଅନ୍ତସତ୍ତ୍ୱା ଥିଲେ ଏବଂ ତାଙ୍କର ସ୍ଥିତି ବହୁତ ଗମ୍ଭୀର ଥିଲା। ସେ ଯନ୍ତ୍ରଣାରେ ଛାଟୁପାଟୁ ହେଉଥିବା ସମୟରେ ହସ୍‌ପିଟାଲରେ ଭର୍ତ୍ତି ହେବାକୁ ଆସିଥିଲେ। କିନ୍ତୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିବା ପରିବର୍ତ୍ତେ ତଡି ଦିଆଯାଇଥିଲା।

ସମରବତୀ କହିଛନ୍ତି, ‘ସୋମବାର ସକାଳ ୩ଟାରେ ମୋର ପେଟରେ ଯନ୍ତ୍ରଣା ହେବାରୁ ମୁଁ ଏକ ସ୍ଥାନୀୟ ସରକାରୀ ହସ୍‌ପିଟାଲକୁ ଯାଇଥିଲି। ସେଠାରେ ଡାକ୍ତର ଯାଞ୍ଚ ନକରି ମୋର ପେଟରେ ମଲା ସନ୍ତାନ ଅଛି ବୋଲି କହିଥିଲେ ଏବଂ ହସ୍‌ପିଟାଲରେ ଭର୍ତ୍ତି କରିବାକୁ ବାରଣ କରି ଦେଇଥିଲେ। ସେତେବେଳକୁ ମୋର ଯନ୍ତ୍ରଣା ବଢ଼ିବାକୁ ଲାଗିଥାଏ। ମୁଁ ଯନ୍ତ୍ରଣା ସହ୍ୟ କରି ନପାରି ଚତ୍କାର କରୁଥାଏ। ଏହି ସମୟରେ ଜଣେ ନର୍ସ ଆସି ମୋତେ ଚୁପ୍‌ ରହିବାକୁ କହିଥିଲେ । ମୁଁ ଚୁପ୍‌ ନହେବାରୁ ସେ ମୋତେ ମାଡଧର କରିବା ସହିତ ହସ୍‌ପିଟାଲରୁ ବାହାରିବାକୁ କହିଥିଲେ। ହସ୍‌ପିଟାଲରେ ମୋ ସହିତ ଯେଭଳି ବ୍ୟବହାର କରାଯାଉଥିଲା ସେ ସ୍ଥାନ ଛାଡ଼ି ଆସିବା ଛଡ଼ା ମୋ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା। ତା’ପରେ ମୁଁ ସମ୍ପର୍କୀୟମାନଙ୍କ ସହିତ ଘରକୁ ଫେରି ଆସିଥିଲି। ତା’ପର ଦିନ ପୁଣି ଯନ୍ତ୍ରଶ ଆରମ୍ଭ ହୋଇଯାଇଥିଲା। ମୋର ସମ୍ପର୍କୀୟଙ୍କ ସାହାଯ୍ୟରେ ମୁଁ ଖୋଲା ଆକାଶ ତଳେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ମହିଳାମାନେ ଶାଢ଼ି ଦ୍ୱାରା ମୋତେ ଘୋଡାଇ ଦେଇଥିଲେ। କମ୍ପଳ ଓ ପାଣିର ବନ୍ଦୋବସ୍ତ ମଧ୍ୟ କରି ଦେଇଥିଲେ। ନାଭି କଟାଗଲା ପରେ ପୁଣି ଥରେ ସେହି ହସ୍‌ପିଟାଲକୁ ଯାଇଥିଲି ଯେଉଁଠାରେ ମୋର ପେଟରେ ମଲା ସନ୍ତାନ ଅଛି ବୋଲି କହି ତଡ଼ି ଦେଇଥିଲେ।’

ଏହି ଘଟଣାକୁ ନିନ୍ଦା କରି ସରକାରୀ ହସ୍‌ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଆରକେ ମେହରା କହିଛନ୍ତି, ଏହିଭଳି ଘଟଣା ସମ୍ପୁର୍ଣ୍ଣ ଭାବେ ନିନ୍ଦନୀୟ ଅଟେ। ମୁଁ ସେଦିନ ରାତିରେ ଡିୟୁଟିରେ ଥିବା ସମସ୍ତ କର୍ମଚାରୀଙ୍କ ବୟାନ ରେକର୍ଡ କରୁଛି। ଏହି ମାମଲାର କଡାକଡ଼ି ଯାଞ୍ଚ କରାଯାଉଛି। ଯିଏବିି ଏହି ମାମଲାରେ ଦୋଷୀସାବ୍ୟସ୍ତ ହେବ ତାଙ୍କ ବିରୋଧରେ କୋଠର ଦଣ୍ଡବିଧାନ ହେବ। ସେଦିନ ରାତିରେ ପରିଚାଳନ ଦାୟିତ୍ୱରେ ଯିଏ ଥିଲା ତାଙ୍କୁ ନିଲମ୍ବିତ କରି ଦିଆଯାଇଛି। କାରଣ ଏଭଳି ଭୁଲ ଭବିଷ୍ୟତରେ ଯେପରି ଦୋହରା ନଯାଉ।

ସମ୍ବନ୍ଧିତ ଖବର