ଝିଅ ଯୌନ ଶୋଷଣର ଆରୋପ ଲଗାଇବା ପରେ ୫୦ ବର୍ଷ ଜେଲ ଦଣ୍ଡ ଶୁଣାଇଲା ଅଦାଲତ, ଘରେ ଥିବା ପାଳିତ କୁକୁର ପାଇଁ ଜେଲ ଦଣ୍ଡରୁ ବଞ୍ଚିଗଲା ବାପା

ନୂଆଦିଲ୍ଲୀ: ଝିଅ ଯୌନ ଶୋଷଣର ଆରୋପ ଲଗାଇବା ପରେ ୫୦ବର୍ଷର ଜେଲ ଦଣ୍ଡ ଶୁଣାଇଲା ଅଦାଲତ । ଅଦାଲତ ଜେଲ ଦଣ୍ଡ ଶୁଣାଇବା ପୂର୍ବରୁ ଯୁବକ ଜଣଙ୍କ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଅନେକ ଥର ଚେଷ୍ଟା କରିବା ପରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରି ପାରି ନଥିଲେ । ଯାହା ପରେ ତାଙ୍କୁ ୫୦ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଦେଇଥିଲା ଅଦାଲତ ।
ତେବେ, ୧୭ମାସ ଜେଲ ଦଣ୍ଡ ଭୋଗିବା ପରେ ଯୁବକଙ୍କ ଘରେ ଥିବା କୁକୁର ପ୍ରକୃତ ସତ ସାମ୍ନାକୁ ଆଣି ପାରିଥିଲା । ଏହି ଘଟଣାଟି ଘଟିଥିଲା ଓ୍ଵାଂଶିଟନର ରେଡ଼ମଣ୍ଡ ସହରରେ । ସୂଚନା ମୁତାବକ, ରେଡ଼୍‍ମଣ୍ଡ ସହରରେ ରହୁଥିବା ଜୋଶୁଆ ହାର୍ଣ୍ଣରଙ୍କ ଉପରେ ତାଙ୍କ ଝିଅ ଯୌନ ଶୋଷଣର ଆରୋପ ଲଗାଇଥିଲେ । ୨୦୦୬-୨୦୧୩ ପର୍ଯ୍ୟନ୍ତ ଜୋଶୁଆ ତାଙ୍କ ଝିଅକୁ ଯୌନ ଶୋଷଣ ଦେଇଥିଲେ ବୋଲି ତାଙ୍କ ଝିଅ ଅଭିଯୋଗ କରିଥିଲେ । ଏହା ସହ ପର୍ଣ୍ଣ ଫିଲ୍ମ ଦେଖାଇବା ସହ ଏ ବିଷୟରେ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ । କାହାକୁ କହିଲେ ଘରେ ଥିବା ପାଳିତ କୁକୁର ଲୁସି ଏବଂ ମୋତେ ମାରିବାକୁ ଧମକ ଦେଇଥିଲେ ବୋଲି ଜୋଶୁଆଙ୍କ ଝିଅ ଅଦାଲତକୁ ଜଣାଇଥିଲେ । ଥରେ ମୋତେ ସେ ଛୁଇଁବାକୁ ଚେଷ୍ଟା କରୁଥିବା ବେଳେ ମୁଁ ତାଙ୍କୁ ମନା କରିଥିଲି । ଯାହା ପରେ ସେ ମୋ ଲୁସିକୁ ଗୁଳି କରି ହତ୍ୟା କରିଥିଲେ । ନିଜ ଝିଅ ଏତେ ସବୁ ଆରୋପ ଲଗାଇବା ପରେ ‘ଲୁସିକୁ ମୁଁ ମାରି ନାହିଁ । ସେ ନିଜେ ଘରୁ କେଉଁଆଡ଼େ ଚାଲି ଯାଇଥିବା’ କହିଥିଲେ ଜୋଶୁଆ । କିନ୍ତୁ ତାଙ୍କ ପାଖରେ କୌଣସି ପ୍ରମାଣ ନଥିବାରୁ ତାଙ୍କୁ ବିନା ଦୋଷରେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା ।

Washington Post

୬ମାସ ଜେଲ୍‌ ଦଣ୍ଡ ଭୋଗିବା ପରେ ଜୋଶୁଆ ନିର୍ଦ୍ଦୋଷ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ୁଥିବା ସଂଗଠନ ଓରେଗନ ଇନୋସେନ୍ସ ପ୍ରୋଜେକ୍ଟ ସହ ସଂପର୍କ କରିଥିଲେ । ସଂଗଠନର ସଦସ୍ୟ ଆସି ଜୋଶୁଆଙ୍କୁ ଦେଖା କରିବା ପରେ ଲୁସିକୁ ନେଇ ତାଙ୍କର ସନ୍ଦେହ ଉପୁଜିଥିଲା । ଲୁସି ଦେଖିବାକୁ କେମିତି ତାହାର ସୂଚନା ନେଇ ଖୋଜିବା ପରେ ଶେଷରେ ତାହାର ପତ୍ତା ମିଳିଥିଲା । ମାମଲାର ପୁନଃ ଶୁଣାଣି କରାଯିବା ପରେ ଜୋଶୁଆଙ୍କ ଝିଅ ତାଙ୍କ ଉପରେ ମିଛ ଆରୋପ ଲଗାଇଥିବା ଜଣା ପଡ଼ିଥିଲା । ଯାହା ପରେ ୧୭ମାସ ଜେଲ ଦଣ୍ଡ ପରେ ତାଙ୍କୁ ମୁକ୍ତ କରାଯାଇଥିଲା ।

ସମ୍ବନ୍ଧିତ ଖବର