ବିଚ୍‌ ରାସ୍ତାରେ ବୃଦ୍ଧାଙ୍କ ଚେନ୍‌ ଲୁଟି ଲୁଟେରା ହୋଇଗଲା ଫେରାର, ସାହାଯ୍ୟ ପାଇଁ ମଣିଷ ନୁହେଁ ଲୁଟେରାଙ୍କ ପଛରେ ଧାଇଁଲା କୁକୁର

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱାସ ନଗରରେ ମଙ୍ଗଳବାର ସକାଳ ଜଣେ ୭୫ବର୍ଷୀୟା ବୃଦ୍ଧାଙ୍କ ବେକରୁ ଲୁଟେରା ସୁନା ଚେନ୍‌ ଲୁଟି ଫେରାର ହୋଇଥିବା ଅଭିଯୋଗ ହୋଇଛି। ତେବେ ଅସହାୟ ବୃଦ୍ଧାଙ୍କ ଅବସ୍ଥା ଦେଖି ବୁଲା କୁକୁର ଦଳ ଲୁଟେରାଙ୍କୁ  ଗୋଡ଼ାଇ ଥିଲେ।

ସୂଚନାଯୋଗ୍ୟ, ୭୫ବର୍ଷୀୟ ବୃଦ୍ଧା କୌଣସି ଏକ କାମରେ ଘର ବାହାରକୁ ଯାଇଥିଲେ। ଏହି ସମୟରେ ଲୁଟେରା ପିଛା କରି କରି କୌଣସି ଏକ କଥା ବାହାନାରେ ବୃଦ୍ଧାଙ୍କୁ ଅଟକାଇ ଥିଲା। ବୃଦ୍ଧାବି ଲୁଟେରାକୁ ଚିହ୍ନି ନପାର, ତା’ର ଉଦ୍ଦେଶ୍ୟକୁ ବୁଝି ନପାରି କ’ଣ କହୁଛି ବୋଲି ଶୁଣିବା ପାଇଁ ଅଟକି ଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରା ତୁରନ୍ତ ବୃଦ୍ଧା ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ୭୫ବର୍ଷୀୟ ବୃଦ୍ଧା ମା’ ଚେନ୍‌ ନେଇଗଲା ଚେନ୍‌ ନେଇଗଲା ବୋଲି ରାସ୍ତା ଉପରେ ପାଟି କରି କାନ୍ଦିଥିଲେ। ବୁଢ଼ି ମା’ର କାନ୍ଦ ଶୁଣି ରାସ୍ତାରେ ବୁଲୁଥିବା ବାର ବୁଲା କୁକୁର କେଉଁଠି ଥିଲେ କେଜାଣି ସେହି ଲୁଟେରାର ପିଛା କରିବା ପାଇଁ ଧାଇଁ ଯାଇଥିଲେ। ଏହି ଦୃଶ୍ୟ ଘଟିଥିବା ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜରେ ଏହା କୈଦ୍‌ ହୋଇଥିଲା। ଯାହାକୁ ଦେଖିବା ପରେ ଏହି ଲୁଟ ଘଟଣା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର