‘ବାପା! ମୋ ସହ ଏପରି କରନାହିଁ’: ନିଜକୁ ଗାଧୁଆ ଘରେ ବନ୍ଦ କରି, ଏପରି କରୁଣ ନିବେଦନ ପରେ ବି ଝିଅ ସହ ଦୁଷ୍କର୍ମ କଲା ସାବତ ବାପା

ନୂଆଦିଲ୍ଲୀ: ସାଧାରଣରତଃ ଯେଉଁମାନେ ଦୁଷ୍କର୍ମର ଶିକାର ହୋଇଥାନ୍ତି ସେମାନଙ୍କ ପକ୍ଷେ ଦୁଷ୍କର୍ମକାରୀର ନାମ ନେବା ଏକ କଷ୍ଟକର ବ୍ୟାପାର ହୋଇ ଯାଇଥାଏ। ଯଦି ଦୁଷ୍କର୍ମକାରୀ କେହି ଆପଣାର ହୋଇଥାନ୍ତି ତ ସେ କ୍ଷେତ୍ରରେ ନାମ ନେବା ଏକ ରକମର ଅସମ୍ଭବ ହୋଇଥାଏ। ଏହିପରି ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଦୁଷ୍କର୍ମ ପୀଡ଼ିତା ସ୍ମୃତି(ଛଦ୍ମନାମ)।

ଉଲ୍ଲେଖଯୋଗ୍ୟ, ମୁରଲୀ(ଛଦ୍ମନାମ) ନାମକ ଜଣେ ବ୍ୟକ୍ତି ପୁଷ୍ପା(ଛଦ୍ମନାମ) ନାମ୍ନୀ ଜଣେ ବିଧବା ମହିଳାଙ୍କୁ ସାହାରା ଦେବାକୁ କହି ତାଙ୍କୁ ବିବାହ କରିଥିଲେ। ପୁଷ୍ପାଙ୍କ ସହ ମୁରଲୀ ପୁଷ୍ପାଙ୍କର ୨ ପିଲା ଅର୍ଥାତ ପୀଡ଼ିତା ସ୍ମୃତି ଏବଂ ଜଣେ ପୁଅକୁ ମଧ୍ୟ ଗ୍ରହଣ କରିଥିଲେ। ସ୍ମୃତିଙ୍କ କହିବା କଥା ହେଲା ତାଙ୍କ ମାଆ ଦ୍ୱିତୀୟ ବିବାହ ପରେ ବାହାରକୁ ଚାଲି ଯାଉଥିଲେ। ଏପରିକି ମୁରଲୀ ତାଙ୍କ ଜୈବିକ ପିତା ନୁହଁନ୍ତି ବୋଲି ପାଖ ପଡ଼ୋଶୀ ବି ଜାଣି ନଥିଲେ। ଖାଲି ପଡ଼ୋଶୀ ନୁହଁନ୍ତି, ସ୍ମୃତିଙ୍କ ସାନ ଭାଇ ବି ଜାଣନ୍ତି ନାହିଁ ଯେ ମୁରଲୀ ତାଙ୍କ ଦ୍ୱିତୀୟ ବାପା।

ପରିବାର ଚଳାଇବା ପାଇଁ ମୁରଲୀଙ୍କ ପରି ସ୍ମୃତିଙ୍କ ମାଆ ପୁଷ୍ପା ମଧ୍ୟ ବାହାରକୁ କାମ କରିବାକୁ ଯାଆନ୍ତି। ସେ ଦିନ ୧୦ରୁ ରାତି ୧୦ ପର୍ଯ୍ୟନ୍ତ ବାହାରେ ରହିନ୍ତି। ଏହି ସୁବିଧାର ଫାଇଦା ଉଠାଇ ଚଳିତ ବର୍ଷ ଏପ୍ରିଲ୍‌ରେ ମୁରଲୀ ତାଙ୍କ ସାବତ ଝିଅ ପୁଷ୍ପା ସହ ଦୁଷ୍କର୍ମ କରିବା ସହ ଏକଥା ମାଆ ଆଗରେ ନ କହିବା ପାଇଁ ଧମକ ଦେଇଥିଲେ। ସ୍ମୃତି ଭୟରେ ୪ ଦିନ ପର୍ଯ୍ୟନ୍ତ ଏହି କଥା ମାଆ ଆଗରେ କହିନଥିଲେ। ପରେ ମାଆକୁ କହିବାରୁ ମୁରଲୀ ନିଶାଗ୍ରସ୍ତ ଥିବାରୁ ଏପରି ଭୁଲ୍‌ କରି ଦେଇଛନ୍ତି ବୋଲି କହି ଗୋଡ଼ ଧରି ଭୁଲ୍‌ ମାଗିଥିଲେ।

ମାତ୍ର ସେଦିନ ଗୋଟାଏ ଥର ନୁହେଁ। ଆଉ ଥରେ ମଧ୍ୟ ସୁବିଧା ଦେଖି ମୁରଲୀ ସ୍ମୃତି ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ସ୍ମୃତି କାନ୍ଦି କାନ୍ଦି ଅନୁରୋଧ କରି କହିଥିଲେ, ‘ବାପା! ମୋ ସହ ଏପରି କରନାହିଁ’। ସ୍ମୃତି ନିଜକୁ ଗାଧୁଆ ଘର ଭିତରେ ବନ୍ଦ କରିବାରୁ ସେ କବାଟ ଭାଙ୍ଗି ପୁଣି ଦୁଷ୍କର୍ମ କରିଥିଲେ। ପୁଷ୍ପା ଘରକୁ ଫେରି ସବୁ କଥା ଜାଣିବା ପରେ ଉଭୟ ମାଆ ଝିଅ ଏବେ ପୁଲିସ୍‌ରେ ମୁରଲୀ ବିରୋଧରେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର