ମାଳିସାହିରୁ ରୂପଜୀବୀଙ୍କ ମୃତଦେହ ଜବତ ଘଟଣା

ମିଳୁନି ପରିଚୟ‌,ଏବେ ବି ରହସ୍ୟରେ

ଭୁବନେଶ୍ବର: ଖାରବେଳନଗର ଥାନା ଅଧୀନ ମାଳିସାହିରୁ ଜବତ ହୋଇଥିବା ରୂପଜୀବୀଙ୍କ ଶବ ବ୍ୟବଚ୍ଛେଦ ଆଜି କ୍ୟାପିଟାଲ ହସ୍ପିଟାଲରେ କରାଯାଇଛି। କିନ୍ତୁ ମୃତ୍ୟୁର କାରଣ ଏଯାଏ ଜଣାପଡ଼ି ନାହିଁ। ସେହିପରି ରୂପଜୀବୀଙ୍କ ପରିଚୟ ମଧ୍ୟ ମିଳି ପାରିନାହିଁ। ଏହା ପୁଲିସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି। ରୂପଜୀବୀ ଜଣଙ୍କ କିଏ? କେଉଁଠୁ ଆସି ଏଠାରେ ବ୍ୟବସାୟ କରୁଥିଲେ? ଏଠାକୁ ଆସିଲେ କେମିତି? ତାଙ୍କ ସହ ଆଉ କାହାର ସମ୍ପୃକ୍ତି ରହିଛି କି? ଏହାର ତଦନ୍ତ ଆରମ୍ଭ କରିଛି ପୁଲିସ। ତାଙ୍କ ଠିକଣା ମିଳିବା ପରେ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇ ପାରିବ। ସେହିପରି ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଥାନା ଇନ୍ସପେକ୍ଟର ବିଶ୍ବରଂଜନ ସେନାପତୀ କହିଛନ୍ତି। ଅନ୍ୟପକ୍ଷରେ ମାଳିସାହିରେ ଏବେ ବି ଶହଶହ ସଂଖ୍ୟାରେ ରୂପଜୀବୀ ଅଛନ୍ତି। ଯେଉଁମାନଙ୍କ ସମ୍ପର୍କରେ ପୁଲିସ ପାଖରେ କୌଣସି ତଥ୍ୟ ରହୁନାହିଁ। ବିଗତ ଦିନରେ ମାଳିସାହିରେ ଦୁଇ ଦୁଇଟି ହତ୍ୟାକାଣ୍ଡ ମଧ୍ୟ ଘଟିଛି। ବଡ଼ କଥା ହେଉଛି, ଭଡ଼ାଟିଆଙ୍କ ପାଇଁ କମିସନରେଟ୍‌ ପୁଲିସ ଅନେକ ନିୟମ ଲାଗୁ କରିଥିଲେ ମଧ୍ୟ ମାଳିସାହିରେ ଏହି ନିୟମ ପାଳନ କରାଯାଉନାହିଁ।

ସମ୍ବନ୍ଧିତ ଖବର