ୱେବସାଇଟ୍‌ ବତାଉଛି ବରପାତ୍ର କେତେ ଯୌତୁକ ପାଇବାର ହକ୍‌ଦାର, ନିଜର ସୌନ୍ଦର୍ଯ୍ୟ ଓ ଯୋଗ୍ୟତା ଅନୁସାରେ ସଭିଙ୍କ ଦର ଭିନ୍ନ 

ଭୋପାଳ: ଯଦିଓ ଦେଶରେ ଯୌତୁକ ପ୍ରଥାକୁ ବେନିୟମ୍‌ ମନାଯାଉଛି ତଥାପି ବି ଏପରି ଏକ ଘୃଣ୍ୟ ପ୍ରଥା ଆଜି ଯାଏ ବି ସମାଜରେ ନିଜର କାୟା ବିସ୍ତାର କରି ରହିଛି। ଡାଓରି କାଲ୍‌କୁଲେଟର୍‌.କମ୍‌ ନାମକ ଏକ ୱେବସାଇଟ୍‌ ତାହାର ଏକ ଜ୍ୱଳନ୍ତ ଉଦାହରଣ। ଏହି ୱେବସାଇଟ୍‌ ଜରିଆରେ ଜଣେ ବର ପାତ୍ରର ଯୋଗ୍ୟତା, ବ୍ୟବସାୟ ଓ ବୃତ୍ତି ଆଦିକୁ ଲକ୍ଷ୍ୟ କରି ସେ କେତେ ଯୌତୁକ ପାଇବାକୁ ଯୋଗ୍ୟ ବୋଲି ଦର୍ଶାଯାଉଛି। ଖାଲି ସେତିକି ନୁହେଁ ସୌନ୍ଦର୍ଯ୍ୟ ଟିପ୍ପଣୀ ଯେପରିକି ରଂଗ, ଓଜନ, ଉଚ୍ଚତା ସହ କେତେ ତମ ବିବାହ ବୋଲି ସୂଚନା ଦେବା ପରେ ହିଁ ବର ପାର୍ଥୀ ନିଜର ଦର ସଂପର୍କରେ ଅବଗତ ହୋଇପାରୁଛନ୍ତି।

ଏହି େଓ୍ଵବ୍‌ସାଇଟ୍‌ରେ ଜଣେ ଆଇଏଏସ୍‌ ଅଫିସର୍‌ର ଯୌତୁକ ପରିମାଣ ୬୫ ଲକ୍ଷ ବୋଲି ପ୍ରକାଶ କରାଯାଇଛି। ସେହିପରି ଉତ୍ତମ ପରିବାରର ବେରୋଜଗାର ପୁତ୍ରକୁ ଯୌତୁକ ବାବଦରେ ୧୫ ଲକ୍ଷ ମିଳିବ ବୋଲି ୱେବସାଇଟ୍‌ରେ ଉଲ୍ଲେଖ କରାଯାଇଛି।

କଂଗ୍ରେସ ସାଂସଦ ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିଂଧ୍ୟା ଏହି ୱେବସାଇଟ୍‌ ବିରୋଧରେ କେନ୍ଦ୍ରୀୟ  ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟରେ ଅଭିଯୋଗ ଆଣିଛନ୍ତି।

ଉଲ୍ଲେଖଯୋଗ୍ୟ, ଡାଓରି କାଲ୍‌କୁଲେଟର୍‌.କମ୍‌ରେ କେବଳ ବ୍ରାହ୍ମଣ, କାୟସ୍ଥ, ଭୂମିହର, ବନିୟା, ରେଡ୍ଡି, ନାୟର, କ୍ଷତ୍ରୀୟ ଆଦି ୧୭ଟି ଜାତିର ପୁତ୍ରଙ୍କ ସକାଶେ ଏହି ସୁବିଧା ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର