ପାର୍କରେ ବସିଥିବା ପ୍ରେମୀଯୁଗଳଙ୍କୁ ଦେଖି ନିୟନ୍ତ୍ରଣ ହରାଇଲା ବସ୍‌ ଚାଳକ, ସାମ୍ନାରୁ ଆସୁଥିବା ପିକ୍‌-ଅପ୍‌ ଭ୍ୟାନ୍‌କୁ ଦେଲା ଧକ୍କା,୧୦ଯାତ୍ରୀ ଗୁରୁତର

କୋଲକାତା: ପଶ୍ଚିମବଙ୍ଗର ଦୁର୍ଗାପୁରରେ ସୋମବାର ଅପରାହ୍ନରେ ଏକ ବସ୍‌ ଓ ପିକ୍‌-ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

ପ୍ରତ୍ୟେକ୍ଷଦର୍ଶୀ ଓ ମିନି ବସ୍‌ରେ ବସିଥିବା ସୁକୁମାରଙ୍କ କହିବାନୁସାରେ, ବସ୍‌ଟି ଦୁର୍ଗାପୁର ଷ୍ଟେସନ୍‌ରୁ ସିଟି ସେଣ୍ଟର ଅଭିମୁଖେ ଯାତ୍ରା କରୁଥିଲା। ସିଟି ସେଣ୍ଟର ରାସ୍ତାରେ ଦୁଇଟି ପାର୍କ ପଡ଼ିଥାଏ। ଗୋଟିଏ ତ୍ରୋଇକା ଓ ଅନ୍ୟଟି ସାଇନ୍ସ ଆଣ୍ଡ ଏନାର୍ଜି ପାର୍କ । ବସ୍‌ଟି ଯେତେବେଳେ ତ୍ରୋଇକା ପାର୍କ ଅଞ୍ଚଳରେ ପହଞ୍ଚିଥିଲା, ଚାଳକ ବସ ଚଳାଉଥିବା ସମୟରେ ପାର୍କରେ ବସିଥିବା ପ୍ରେମୀଯୁଗଳଙ୍କୁ ଦେଖୁଦେଖୁ ବସ୍‌ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଫଳରେ ସାମ୍ନାରୁ ଆସୁଥିବା ପିକ୍‌-ଅପ୍‌ ଭ୍ୟାନ୍‌ ସହିତ ବସ୍‌ର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୦ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ଏଥିରେ ପିକ୍‌-ଅପ୍‌ ଭ୍ୟାନ୍‌ ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହସ୍‌ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।

ଦୁର୍ଘଟଣା ପରେ ବସ ଚାଳକ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଲୋକମାନେ ତାଙ୍କୁ ଧରି ପୁଲିସ ଜିମା ଦେଇଥିଲେ।

 

 

ସମ୍ବନ୍ଧିତ ଖବର