ମଦ ନିଶାରେ ପୁଲିସବାବୁଙ୍କ ରାସ୍ତାରେ ହଙ୍ଗାମା, କହିଲେ ‘ ମୁଁ ଇନ୍ସପେକ୍ଟର ଓ ରାସ୍ତାରେ ନୃତ୍ୟ କରି ପାରେ, କେହି କିଛି ମୋତେ କହି ପାରିବ ନାହିଁ’ 

ଗୁରୁଗ୍ରାମ: ରାସ୍ତାରେ ମଦପିଇ ଉତପାତ୍‌ କରୁଥିବା ଲୋକଙ୍କୁ ପୁଲିସ ଉଠାଇ ନେଇଥାଏ। କିନ୍ତୁ ଗୁରୁଗ୍ରାମରେ ମଦ ପିଇ ରାସ୍ତାରେ ହଙ୍ଗାମା ରୁଥିବା ଜଣେ ପୁଲିସ ଇନ୍ସପେକ୍ଟରଙ୍କୁ ପୁଲିସ ଟିମ୍‌ ଉଠାଇ ନେଇଥିବା ଘଟଣା ସାମ୍ନାକ ଆସିଛି।

ସୂଚନାଯୋଗ୍ୟ, ମଦ ନିଶାରେ ଇନ୍ସପେକ୍ଟର ତରୁଣା ଦହିୟା ସାଙ୍ଗ ସହିତ ମିଶି ତାଙ୍କ ଗାଡ଼ିରେ ଜୋର ଜୋରରେ ଗୀତ ଲାଗାଇ ଶୀତଲା ମାତା ରୋଡରେ ନୃତ୍ୟ  କରିଥିଲେ। ସେ ତାଙ୍କ ଗାଡ଼ିକୁ ରାସ୍ତା ମଝିରେ ପାର୍କିଂ କରି ଏଭଳି ହଙ୍ଗାମା କରିବା ଆରମ୍ଭ କରି ଦେଇଥିଲେ। ଫଳରେ ତାଙ୍କ ପଛରେ ଆସୁଥିବା ଗାଡ଼ିଗୁଡ଼ିକୁ ଯାତାୟାତରେ ଅସୁବିଧା ହୋଇଥିଲା। ଆଗକୁ ନଯାଇ ଗାଡ଼ିଗୁଡ଼ିକ ପଛକୁ ପଛ ଛଡ଼ା ହେବା ଫଳରେ ରାସ୍ତା ଜାମ ହୋଇଯାଇଥିଲ। କିଛି ସ୍ଥାନୀୟ ଢ଼ାବା ମାଲିକ ଓ ଡ୍ରାଇଭର ଉକ୍ତ ପୁଲିସ ଇନ୍ସପେକ୍ଟରଙ୍କୁ ରାସ୍ତାରୁ ଗାଡ଼ି ହଟାଇବାକୁ କହିଥିଲେ କିନ୍ତୁ ପୁଲିସକର୍ମୀ ନିଜ ପଦର ଫାଇଦା ଉଠାଇବାକୁ ଯାଇ କହିଥିଲେ, ‘ ମୁଁ ଇନ୍ସପେକ୍ଟର ଓ ରାସ୍ତାରେ ନୃତ୍ୟ କରି ପାରେ କେହି କିଛି ମୋତେ କହି ପାରିବ ନାହିଁ ବୋଲି କହିଥିଲେ’। ପୁଲିସବାବୁଙ୍କ କଥା ଶୁଣି ସମସ୍ତେ ସେଠାରୁ ଚାଲି ଆସିଥିଲେ।

ପୁଲିସକର୍ମୀଙ୍କ ଏଭଳି କାରନାମା ଅଧଘଣ୍ଟା ପର୍ଯ୍ୟନ୍ତ ଜାରି ରହିଲା, ଯେଉଁଥିପାଇଁ ଗାଡ଼ିର ଲାଇନ୍‌ ଲାଗି ଯାଇଥିଲା। ଚାଳକମାନେ ମୁକ ଦର୍ଶକ ବନି ପୁଲିସବାବୁଙ୍କ ଏହି ଅଦ୍ଭୁତ ନୃତ୍ୟକୁ ଦେଖୁଥିିଲେ। କିଛି ସମୟ ପରେ ପୁଲିସ ପେଟ୍ରୋଲିଂର ଏକ ଗାଡ଼ି ସେଠାରେ ପହଞ୍ଚିଥିଲା। କିନ୍ତୁ ପୁଲିସବାବୁ ସେଠାରୁ ତିଳେ ମାତ୍ରା ହଲିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ଏହାପରେ ପୁଲିସ ଟିମ୍‌ ଇନ୍ସପେକ୍ଟର ଓ ତାଙ୍କ ସାଥୀକୁ ଜିପ୍‌ରେ ବସାଇ ସେକ୍ଟର-୫ ପୁଲିସ ଷ୍ଟେସନ୍‌କୁ ନେଇ ଯାଇଥିଲେ। ଇନ୍ସପେକ୍ଟରଙ୍କ ନାମ ତରୁଣା ଦହିୟା ଗୁରୁଗ୍ରାମରୁ ୩୫କିଲୋମିଟର ଦୂର ନୁହ ଜିଲ୍ଲାର ତାଉରୁ କ୍ରାଇମ୍‌ ୟୁନିଟର ଇନ୍‌ଚାର୍ଜ ଅଛନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର