ନିଶାଗ୍ରସ୍ତ ହୋଇ କ୍ଲିନିଙ୍ଗ କୋନ୍ ସହ ଅପ୍ରାକୃତିକ ଯୌନକ୍ରିୟା କଲେ ଯୁବକ, ଗିରଫ କଲା ପୁଲିସ
ନୂଆଦିଲ୍ଲୀ : ରେଳ ଷ୍ଟେସନରେ ଥିବା ଲିପ୍ଟରେ ଜଣେ ଯୁବକ ନିଶାଗ୍ରସ୍ତ ହୋଇ ଯେଉଁ କାମ କରିଛନ୍ତି, ତାହା ସମସ୍ତଙ୍କୁ ଚମକାଇ ଦେଇଛି । ଅଧିକ ନିଶାଗ୍ରସ୍ତ ହୋଇ ଯାଇଥିବାରୁ ଯୁବକ କ’ଣ କରୁଛନ୍ତି, ତାହା ତାଙ୍କୁ ଜଣା ନଥିବା ବେଳେ ଦେଖିବା ଲୋକଙ୍କୁ ତାଙ୍କର ଅଜବ କାମ ଆଶ୍ଚର୍ଯ୍ୟ କରିଥିଲା । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଯୁବକଙ୍କୁ ଏଭଳି କାମ ପାଇଁ ଗିରଫ କରିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୩୮ବର୍ଷୀୟ ଓଡ୍ବଲ ଟ୍ରେବର ସ୍ମିଥ୍ ନିଜର ଅଜବ କାମ ଦ୍ୱାରା ଜଣେ ରେଳ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଟ୍ରେବର ନିଜର ପ୍ୟାଣ୍ଟ ତଳକୁ କରି ଲିପ୍ଟରେ ଥିବା କ୍ଲିନିଙ୍ଗ କୋନ୍ ଉପରେ ବସିବା ସହ ଅପ୍ରାକୃତି ଯୌନକ୍ରିୟା କରୁଥିବାର ଦୃଶ୍ୟ ରେଳ କର୍ମଚାରୀଙ୍କୁ ଚମକାଇ ଦେଇଥିଲା । ଟ୍ରେବରଙ୍କ ଏଭଳି କାମ ଦେଖି ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସିବା ପର୍ଯ୍ୟନ୍ତ ମଧ୍ୟ ଟ୍ରେବର ଏଭଳି ଅପ୍ରାକୃତିକ କାମ କରି ଚାଲିଥିଲେ । ପରେ ପୁଲିସକୁ ଦେଖି ଟ୍ରେବର ପ୍ୟାଣ୍ଟ ଉପରକୁ କରିବା ସହ ପୁଲିସ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନେଇଥିଲା । ପରୀକ୍ଷା ପରେ ଟ୍ରେବ ମଧୁମେହ ରୋଗୀ ଓ ଅବସାଦଗ୍ରସ୍ତର ଶିକାର ମଦ ପିଇଥିବାରୁ ଏଭଳି କାମ କରିଥିବା ସାମ୍ନାକୁ ଆସିଥିଲା ।