ନିଶା ନେଲା ଭୟଙ୍କର ରୂପ; ୧୮ଟି ଗାଡ଼ିକୁ ଚାହୁଁଚାହୁଁ ଜାଳିଦେଲେ ମଦ୍ୟପ

ନୂଆଦିଲ୍ଲୀ: ଦିଲ୍ଲୀର ମଦନଗିରି ଅଞ୍ଚଳରେ ମଙ୍ଗଳବାର ଜଣେ ମଦ୍ୟପ ମଦ ପିଇ ୧୮ଟି ଗାଡ଼ି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏହି ଗାଡ଼ିଗୁଡ଼ିକ ଭିତରୁ ୧୪ଟି ଚାରି ଚକିଆ ଓ ୪ଟି ଦୁଇ ଚକିଆ ଯାନ ରହିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମଦ୍ୟପ ଜଣକ ନିଶାରେ ଆସି ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ସେଗୁଡ଼ିକୁ ସଂପୂର୍ଣ୍ଣ ଜାଳି ଦେଇଛନ୍ତି।

ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ବ୍ୟକ୍ତି ଜଣକ ମୋଟରସାଇକେଲ୍‌ରୁ ତେଲ ପାଇପ୍‌ କାଢ଼ି ପାଖରେ ଥିବା ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଜାଳିବାରେ ଲାଗିଛନ୍ତି। ପ୍ରଥମେ ମୋଟରସାଇକେଲ୍‌ରୁ ତେଲ୍‌ କାଢୁଛନ୍ତି ପରେ ସେଥିରେ ଏକ ମାଚିସ୍‌ ମାରି ନିଆଁ ଲଗାଉଛନ୍ତି।

ରାତି ପାଖାପାଖି ୩.୦୫ ସମୟରେ ଏହି ଘଟଣା ଘଟିଛି। ଏହି ଘଟଣା ସଂପର୍କରେ ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜଣଙ୍କୁ ଏପର୍ଯ୍ୟନ୍ତ ଧରାଯାଇ ପାରିନାହିଁ।

ସମ୍ବନ୍ଧିତ ଖବର