ରାମ ଜନ୍ମଭୂମି ଚେକପୋଷ୍ଟ ନିକଟରେ ୮ ସଦିଗ୍ଧ ଗିରଫ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶୁକ୍ରବାର ବିଳମ୍ବିତ ରାତିରେ ଜିପରେ ବସିଥିବା ୮ଜଣ ସଦିଗ୍ଧଙ୍କୁ ଗିରଫ କରିଛି। ସଦିଗ୍ଧମାନେ ରାମ ମନ୍ଦିର ଦେଇ ଯିବାକୁ ଯୋଜନା କରୁଥିଲେ। ଗିରଫ ଯୁବକମାନଙ୍କୁ ଏଟିଏସ ଟିମ୍‌ ପଚରାଉଚରା କରୁଛି।

ଉତ୍ତରପ୍ରଦେଶ ଏଟିଏସ ଆଇଜି ଅସିମ ଅରୁଣଙ୍କ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ ଶୁକ୍ରବାର ରାତି ୨ଟାରେ ରାମ ଜନ୍ମଭୂମି ଚେକପୋଷ୍ଟ ନିକଟରେ ମୁତୟନ ଥିବା ସୁରକ୍ଷାବାହିନୀ ଏକ ଜିପ୍‌ (ଆରଜେ-ସି-୪୦୯୪) ଉପରେ ସନ୍ଦେହ ହେବାରୁ ଅଟକା ଯାଇଥିଲା। ଜିପ୍‌ରେ ଆଠ ଜଣ ଯୁବକ ଥିଲେ।

ସମ୍ବନ୍ଧିତ ଖବର