ଘର ଭିତରେ ଚାର୍ଜିଂରେ ଲାଗିଥିବା ଇ-ସ୍କୁଟରରେ ହେଲା ବିସ୍ଫାରଣ, ବାପା ଏପରି ବଞ୍ଚାଇଲେ ଝିଅକୁ: ଭିଡିଓ ଦେଖନ୍ତୁ

ବେଜିଂ: ଚୀନ ରାଜଧାନୀ ବେଜିଂର ଏକ କୋଠାରେ ଚାର୍ଜିଂରେ ଲାଗିଥିବା ଏକ ଇଲୋକ୍ଟ୍ରୋନିକ୍‌ ସ୍କୁଟରରେ ଆକସ୍ମିକ ଭାବେ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣା ସମୟରେ ଘର ଭିତରେ ଜଣେ ବ୍ୟକ୍ତି, ତାଙ୍କ ଝିଅ ଓ ପୋଷାକୁକୁର ଥିଲେ। ସଙ୍ଗେସଙ୍ଗେ ଯୁବକ ତାଙ୍କ ଝିଅ ଓ କୁକୁରକୁ ଘଟଣାସ୍ଥଳରୁ ସୁରକ୍ଷିତ ଭାବେ ଉଦ୍ଧାର କରି ନେଇଥିଲେ। ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ଘଟଣା ଘର ଭିତରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ୍‌ ହୋଇଯାଇଛି। ଏହି ଫୁଟେଜ ସୋସିଆଲ ମିଡିଆରେ ସେୟାର ହେବାପରେ ଭାଇରାଲ ହୋଇଯାଇଥିଲା।

ପ୍ରକାଶିକ ସୂଚନା ମୁତାବକ, ବୁଧବାର ସନ୍ଧ୍ୟା ୫.୩୦ରେ ଏହି ବିସ୍ଫୋରଣ ଘଟିଥିଲା। ଇଲୋକ୍ଟ୍ରୋନିକ୍‌ ସ୍କୁଲ ବାଲକନି ପାଖରେ ଥିବା କଠୋରିରେ ଚାର୍ଜିଂର ଲାଗିଥିଲା। ଆକସ୍ମିକ ଭାବେ ସେଥିରୁ ଧୁଆଁ ବାହାରିଥିଲା ଯାହା ଆପଣ ଫଟୋ ଦେଖି ଜାଣି ପାରୁ ଥିବେ। ବ୍ୟକ୍ତି ଜଣକ ଉପସ୍ଥିତ ବୁଦ୍ଧି ଘଟାଇ ସେ ସ୍କୁଟରରୁ ଚାର୍ଜି ପ୍ଲଗ୍‌ ବାହାର କରି ଦେଇଥିଲେ। ସେତେବେଳକୁ ଅଧିକରୁ ଅଧିକ ଧୁଆଁ ବାହାରିବାରେ ଲାଗିଥିଲା। ସେ ତାଙ୍କର କୁନି ଝିଅ ଓ କୁକୁରକୁ ନେଇ ଘର ବାହାରକୁ ଚାଲି ଆସିଥିଲେ। କିଛି ସମୟରେ ପରେ ବିସ୍ଫାରଣ ହୋଇଥିଲା।

ତେବେ ସ୍କୁଟରଟି ସାତଘଣ୍ଟା ହେବ ଚାର୍ଜିଂରେ ଲାଗି ରହିଥିଲା। ଯେଉଁଥିପାଇଁ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବ୍ୟକ୍ତିଜଣ ଦୁଇ ସପ୍ତାହ ପୂର୍ବରୁ ଏହି ସ୍କୁଟର କିଣିଥିଲେ।

ସମ୍ବନ୍ଧିତ ଖବର