ଭିଜିଲାନ୍‌ସ ଜାଲରେ ବିଦ୍ୟୁତ୍‌ ଯନ୍ତ୍ରୀ

ନିମାପଡ଼ା : ବେଆଇନ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ ବଣ୍ଟନକାରୀ କମ୍ପାନିର ଜଣେ ଯନ୍ତ୍ରୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍‌ସ ଦ୍ଵାରା ଧରାପଡ଼ିଛନ୍ତି। ମିଳିଥିବା ସୁଚନା ଅନୁଯାୟୀ ନିମାପଡ଼ା ବିଦ୍ୟୁତ ସବ୍‌ଡିଭିଜନ ଅନ୍ତର୍ଗତ ବାମନାଳ ସେକ୍‌ସନ୍‌ ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥାର ଯନ୍ତ୍ରୀ ବାସୁଦେବ ମହାରଣା କାର୍ଯ୍ୟ କରନ୍ତି। ବାମନାଳର ଭରତ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ମାଗଣାରେ ବିଦ୍ୟୁତ୍‌ ସଂଯୋଗ କରାଇ ଦେବାପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭୁବନେଶ୍ୱର ଭିଜିଲାନ୍‌ସ ଡିଏସ୍‌ପି ଏ କେ ମିଶ୍ରଙ୍କ ଦ୍ୱାରା ଧରାପଡ଼ିବା ସହିତ ଗିରଫ ହୋଇଥିବା ଜଣାପଡ଼ିଛି।

ଲାଞ୍ଚ ନେଇ ଆର୍‌ଆଇ ଗିରଫ

ବଲାଙ୍ଗୀର/ଦେଓଗାଁ : ଜଣେ ବ୍ୟକ୍ତିଙ୍କ ବଂଶାବଳୀ ରିପୋର୍ଟ ପ୍ରସ୍ତୁତ କରିଦେବା ପାଇଁ ଦେଓଗାଁ ବ୍ଲକ ମହଲେଇ ଆର୍‌ଆଇ ସତ୍ୟ ନାରାୟଣ କୁମୁରା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗୀର ଭିଜିଲାନ୍ସ।

ସମ୍ବନ୍ଧିତ ଖବର