ପୁଲିସ ଓ କୁଖ୍ୟାତ ଅପରାଧିଙ୍କ ମଧ୍ୟରେ ଫେସ୍‌ବୁକ୍‌ରେ ଚାଲିଥିଲା ଏହି ଚାଟ୍‌, ଲୋକେ ପଢ଼ି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ରିଚଲ୍ୟାଣ୍ଡ ପୁଲିସ ଡିପାର୍ଟମେଣ୍ଟ ଏକ ବିଜ୍ଞାପନ ଦେଇ ଘୋଷଣା କରିଥିଲା କି ଆନ୍‌ଥୋନି ଅକର୍ସ (୩୮)ଜଣେ କୁଖ୍ୟାତ ଅପରାଧୀ। ଓ୍ଵାସିଙ୍ଗଟନ୍‌ ଷ୍ଟେଟ୍‌ ଡିପୋର୍ଟମେଣ୍ଟ ତାକୁ ଖୋଜିବାରେ ଲାଗିଛି। ଏହି ବିଜ୍ଞାପନ ପରେ ଫେସ୍‌ବୁକ୍‌ରେ ଏମିତି କିଛି ଘଟଣା ଘଟିଲା ଯାହାକୁ ପଢ଼ି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ନଭେମ୍ବର ୨୯ ତାରିଖରେ ପୁଲିସ ଫେସ୍‌ବୁକ୍‌ରେ ଏକ ଫଟୋ ପୋଷ୍ଟ କରି ସାଧାରଣ ଲୋକଙ୍କୁ ଅନୁରୋଧ କରିଥିଲା ଏହି କୁଖ୍ୟାତ ଅପରାଧୀ ଆନ୍‌ଥୋନି ଅକସକୁ ଧରାଇବାରେ ସାହାଯ୍ୟ କରନ୍ତୁ। ପୁଲିସ ନିଜ ପୋଷ୍ଟରେ କହିଥିଲା କି, ଆନ୍‌ଥୋନି ଅକର୍ସ କୁଖ୍ୟାତ ଅପରାଧୀ। ଯଦି ଆପଣଙ୍କ ପାଖରେ ଏହାର କୌଣସି ସୂଚନା ଅଛି ତେବେ ୫୦୯-୬୨୮-୦୩୩୩ ନମ୍ବରରେ କଲ କରି ଦିଅନ୍ତୁ।’

ଏହି ବିଜ୍ଞାପନ ପରେ ଅପରାଧୀ ଲୁଚିବା ବଦଳରେ ନିଜେ ସାମ୍ନାକୁ ଆସିଥିଲା ଓ ସମସ୍ୟାର ସମାଧାନ କରିଥିଲା। ସେ ଏହି ପୋଷ୍ଟର ଉତ୍ତର ହୋଇ ପୁଲିସକୁ ଆଶ୍ୱସନା ନେଇ କିଛି ସମୟ ଅପେକ୍ଷା କରିବାକୁ କହିଥିଲା।

କୁଖ୍ୟାତ ଅପରାଧିର ଏହି ଉତ୍ତର ପରେ ପୁଲିସ ରିପ୍ଲାଏ ଦେଇ କହିଛି, ହଁ ଆନ୍‌ଥୋନି ! ଆମେ ଏଯାବତ୍‌ ତୁମକୁ ଦେଖି ନାହୁଁ। ଆମର କାମ କରିବାର ସମୟ ସୋମବାରରୁ ଶୁକ୍ରବାର ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି। ଯଦି ତୁମକୁ କିଛି ଆବଶ୍ୟକ ତେବେ ତୁମେ ଜରୁରୀନମ୍ବର ୫୦୯-୬୨୮-୦୩୩୩ରେ କଲ କରି ପାରିବ। ଆମେ ତୁମକୁ ପିକ୍‌ଅପ୍‌ କରି ନେବୁ। ଏଥିପାଇଁ ଆନ୍‌ଥୋନି ପୁଲିସକୁ ରିପ୍ଲାଏ ଦେଇ ମାଗଣା ସେବା ପାଇଁ ପ୍ରସ୍ତାବ ଦେଇଥିବାରୁ ଧନ୍ୟବାଦ ଦେବା ସହିତ କହିଥିଲା ମୋର କିଛି କାମ ବାକି ରହି ଯାଇଛି। ସେଥିପାଇଁ ସେଠାରେ ମୋତେ ଏକମାସ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ମୁଁ ନିଜ କାମ ସାରି ଆଗାମୀ ୪୮ଘଣ୍ଟା ଭିତରେ ଆପଣମାନଙ୍କ ପାଖରେ ପହଞ୍ଚିବ।

ପୁଲିସ ଓ କୁଖ୍ୟାତ ଅପରାଧୀର ଫେସ୍‌ବୁକ୍‌ରେ ଏହି ଚାଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫେସ୍‌ବୁକ୍‌ ବ୍ୟବହାରକାରୀ ଏହାକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି। ଏଥିସହିତ ଆନ୍‌ଥୋନି ପୁଲିସ ପାଖକୁ ନଆସିପାରେ ବୋଲି ବି କୁହାଯାଉଛି।

ସମ୍ବନ୍ଧିତ ଖବର