ଅଶ୍ଳୀଳ ଭିଡ଼ିଓକୁ ଭାଇରାଲ କରିବାର ଧମକ ଦେଇ ଦୁଇ ବର୍ଷ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରୁଥିଲା ଫେସ୍‌ବୁକ୍‌ ପ୍ରେମିକ

ଗୁରୁଗ୍ରାମ : ଗୁରୁଗ୍ରାମରେ ଘଟିଥିବା ଏକ ଦୁଷ୍କର୍ମ ମାମଲା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ୨୩ ବର୍ଷୀୟା ଜନୈକା ଯୁବତୀ ଫେସ୍‌ବୁକ୍‌ରେ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲା ବିଷୟରେ ପୁଲିସକୁ ଏତଲା ମିଳିବା ପରେ ପୁଲିସ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ନାମ କେଶବ ଏବଂ ସୁନୀଲ ବୋଲି ଜଣା ପଡ଼ିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।

ପୀଡ଼ିତା ଦେଇଥିବା ଏତଲା ଅନୁଯାୟୀ, ୨୦୧୬ରେ ସେ ଫେସ୍‌ବୁକ୍‌ ମାଧ୍ୟମରେ ଜଣେ ଯୁବକଙ୍କ ନିକଟତର ହୋଇଥିଲେ । ଧିରେ ଧିରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହେବା ସହ ଶରୀରିକ ସଂପର୍କ ମଧ୍ୟ ସ୍ଥାପିତ ହୋଇଥିଲା । ପ୍ରେମ ସଂପର୍କରେ ରହିବାର କିଛି ଦିନ ପରେ ଯୁବକ ଜଣଙ୍କ ନିଜର କିଛି ସାଙ୍ଗକୁ ଆଣି ପୀଡ଼ିତାଙ୍କ ସହ ଶରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ଯୁବକଙ୍କ ଏପରି କାମକୁ ପୀଡ଼ିତା ଜଣଙ୍କ ବିରୋଧ କରିବା ପରେ ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ସ୍ଥାପନ ହୋଇଥିବା ଅନ୍ତରଙ୍ଗ ମୂହୂର୍ତ୍ତର ଭିଡ଼ିଓ ଭାଇରାଲ କରିଦେବେ ବୋଲି ଯୁବକ ଜଣଙ୍କ ତାଙ୍କୁ ଧମକ ଦେଇଥିଲେ । ଫଳରେ ବାଧ୍ୟ ହୋଇ ଯୁବତୀ ଜଣଙ୍କ ନିଜ ସହ ଗଣଦୁଷ୍କର୍ମ କରିବାକୁ ଅନୁମତି ଦେବା ସହ ସେ ବିଷୟରେ କାହାକୁ କହି ନଥିଲେ ।

Your Dream Blog – LiveYourDream.org

କିଛି ଦିନ ପରେ ଯୁବତୀଙ୍କ ବିବାହ ଅନ୍ୟ ସ୍ଥାନରେ ଠିକ୍‌ ହେବା ପରେ ଯୁବକ ଜଣଙ୍କ ତା’ଙ୍କ ଶାଶୁ ଘର ଲୋକଙ୍କୁ ଯୁବତୀଙ୍କ ଅଶ୍ଲୀଳ ଫଟୋ ଛାଡ଼ି ଦେଇଥିଲେ । ଯାହାଫଳରେ ତାଙ୍କର ବାହାଘର ଭାଙ୍ଗି ଯାଇଥିଲା । ଏତେ ସବୁ ଅତ୍ୟାଚାର ପରେ ଯୁବତୀ ଜଣଙ୍କ ମନେଶ୍ୱର ମହିଳା ପୁଲିସ ଥାନାକୁ ଯାଇ ନିଜ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ଜଣାଇଥିଲେ । ଏହା ପରେ ପୁଲିସ ତଦନ୍ତ ଆରମ୍ଭ କରି ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର