ବୁଲାଇବା ବାହାନାରେ ଡ଼ାକି ନେଇ ୪ ଦିନ ଧରି ଦୁଷ୍କର୍ମ କଲା ଫେସ୍‌ବୁକ୍‌ ଫ୍ରେଣ୍ଡ୍‌

କୋଟା : ରାଜସ୍ଥାନର କୋଟାରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଏକାଦଶ ଶ୍ରେଣୀରେ ପଢ଼ୁଥିବା ଯୁବତୀ ଜଣକ ନିଜ ଫେସ୍‌ବୁକ୍‌ ବନ୍ଧୁଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ବୁଲାଇନେବା ବାହାନାରେ ଡ଼ାକି ନେଇ ଏକ ଘରେ ବନ୍ଦ ରଖିବା ସହ ଦୁଷ୍କର୍ମ କରିଥିଲେ । ଶନିବାର ପୀଡ଼ିତା ଜଣଙ୍କ ସେଠାରୁ ଖସିବାରେ ସଫଳ ହୋଇ ପରିବାର ଲୋକଙ୍କୁ ସବୁ ଜଣାଇବା ପରେ ପୁଲିସରେ ଏତଲା ହୋଇଛି । ଏତଲା ପାଇବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମେ ୧୫ ପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତଙ୍କୁ ଜେରା କରାଯିବ ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ପୀଡ଼ିତା ଜଣଙ୍କ ଫେସ୍‌ବୁକ୍‌ ମାଧ୍ୟମରେ ଅଭିଯୁକ୍ତ ପଙ୍କଜ ଧୋବୀଙ୍କ ସହ ବନ୍ଧୁତା ଆରମ୍ଭ କରିଥିଲେ । କିଛି ଦିନ ଫୋନରେ କଥା ହେବା ପରେ ଏପ୍ରିଲ ୨୪ରେ ସ୍କୁଲ ଯାଉଥିବା ବେଳେ ଅଭିଯୁକ୍ତ ପଙ୍କଜ ତାଙ୍କୁ ଦେଖା କରିଥିଲେ । ଏହା ପରେ ସେ ପୀଡ଼ିତାଙ୍କୁ ସ୍କୁଟରରେ ବୁଲାଇ ନେବାକୁ ଡ଼ାକିଥିଲେ । ପୀଡ଼ିତା ହଁ ଭରିବା ପରେ ପଙ୍କଜ ତାଙ୍କୁ ବୁଲାଇ ନେଇଥିଲେ । କିଛି ସମୟ ବୁଲିବା ପରେ ପଙ୍କଜ ତାଙ୍କୁ ଏକ ରୁମ୍‌କୁ ନେଇ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ସେ ପୀଡ଼ିତାଙ୍କୁ ନ ଛାଡ଼ି ୪ ଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିଥିଲେ । ୪ ଦିନ ପରେ ଶନିବାର ପୀଡ଼ିତା ସେଠାରୁ ଖସିବାରେ ସଫଳ ହୋଇଥିଲେ । ପଙ୍କଜଙ୍କ ଏହି କାମରେ ତାଙ୍କୁ ସାହାଯ୍ୟ କରିଥିବା ତାଙ୍କ ବନ୍ଧୁ ଦିନେଶ ଲୋଧା ମଧ୍ୟ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର