ଫେସ୍‌ବୁକ୍‌ରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରିବା ପଡ଼ିଲା ମହଙ୍ଗା, ଦାମୀ ଉପହାରର ପ୍ରତିଶ୍ରୁତି ଦେଇ ଲୁଟିନେଲେ ୧୬ଲକ୍ଷ ଟଙ୍କା

ମେଙ୍ଗାଲୁରୁ : କର୍ଣ୍ଣାଟକର ମେଙ୍ଗାଲୁରୁରେ ଘଟିଥିବା ଏକ ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଫେସ୍‌ବୁକ୍‌ ମାଧ୍ୟମରେ ଜଣେ ଅଜଣା ବିଦେଶୀ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିବା ଜଣେ ମହିଳାଙ୍କୁ ଭାରି ପଡ଼ିଛି । ଦାମୀ ଉପହାର ଦେବାର ପ୍ରତିଶ୍ରୁତି ଦେଇ ଯୁବକଜଣଙ୍କ ୧୬ଲକ୍ଷ ଟଙ୍କା ଠକି ନେଇଥିବା ଜଣା ପଡ଼ିଛି । ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।
ପୁଲିସ ଦେଇଥିବା ସୂଚନା ଅନୁଯାୟୀ, କିଛି ଦିନ ତଳେ ମେଙ୍ଗାଲୁରୁରେ ରହୁଥିବା ପୀଡ଼ିତା ରେଶ୍‌ମାଙ୍କ ପାଖକୁ ଜ୍ୟାକ୍‌ କୋଲ୍‌ମେନ୍‌ ନାମକ ଜଣେ ଯୁବକଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥିଲା । ରେଶ୍‌ମା ତାଙ୍କୁ ନ ଜାଣି ମଧ୍ୟ ତାଙ୍କ ସହ କଥା ବାର୍ତ୍ତା ଆରମ୍ଭ କରିଥିଲେ । କିଛି ଦିନ ପରେ ଦୁଇ ଜଣ ଭଲ ବନ୍ଧୁ ହୋଇ ଯାଇଥିଲେ । କିଛି ଦିନ କଥା ହେବା ପରେ ଜ୍ୟାକ୍‌ ରେଶ୍‌ମା ଏବଂ ତାଙ୍କ ପରିବାର ଲୋକଙ୍କୁ ୧୮ଲକ୍ଷ ଟଙ୍କାର ଉପହାର ଦେବା ପାଇଁ ଇଚ୍ଛା ବ୍ୟକ୍ତ କରିଥିଲେ । କିନ୍ତୁ ରେଶ୍‌ମା ମନା କରି ଦେଇଥିଲେ ।

Hindustan Times

ରେଶ୍‌ମା ମନା କରିବା ପରିବର୍ତ୍ତେ ମଧ୍ୟ ଜ୍ୟାକ୍‌ ଉପହାର ଦେବା ପାଇଁ ବାଧ୍ୟ କରି ଚାଲିଥିଲେ । କିଛି ଦିନ ପରେ ଦିଲ୍ଲୀର ଜଣେ କଷ୍ଟମ ଅଫିସର ରେଶ୍‌ମାଙ୍କୁ ଫୋନ୍‌ କରି ତାଙ୍କ ପାଇଁ ଏକ ଉପହାର ଆସିଛି ବୋଲି ଜଣାଇଥିଲେ । ଏହା ସହ ଆସିଥିବା ଉପହାର ପାଇଁ ଅନେକ ନିୟମ ଉଲ୍ଲଂଘନ କରାଯାଇଛି; ଯାହା ପାଇଁ ତାଙ୍କୁ ଜରିମାନା ଦେବାକୁ ପଡ଼ିବ । ଏହା ଜରିମାନା ନ ଦେଲେ ତାଙ୍କୁ ଜେଲ ପଠାଇ ଦିଆଯିବ ବୋଲି ମଧ୍ୟ ଧମକ ଦିଆ ଯାଇଥିଲା । ଜେଲ ଯିବା କଥା ଶୁଣି ରେଶ୍‌ମା ଡ଼ରି ଯିବା ସହ ୧୬.୬୯ଲକ୍ଷ ଟଙ୍କା ଅନ୍‌ଲାଇନ୍‌ ଟ୍ରାନ୍ସଫର କରି ଦେଇଥିଲେ । ଟଙ୍କା ପଠାଇବା ପରେ ରେଶ୍‌ମା ଜ୍ୟାକ୍‌ ଏବଂ କଷ୍ଟମ ଅଫିସର ଫୋନ କରିବା ପରେ ଦୁଇ ଜଣଙ୍କ ଫୋନ ବନ୍ଦ ଆସିଥିଲା । ପରେ ସବୁ ସତ ଜାଣି ପାରି ସାଇବର ପୁଲିସରେ ଅଭିଯୋଗ କରିଥିଲେ ରେଶ୍‌ମା ।

ସମ୍ବନ୍ଧିତ ଖବର