ଗାଜିଆବାଦରେ ସାମ୍ବାଦିକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦର କବିନଗର ଥାନା ଅଞ୍ଚଳରେ ରବିବାର ଜଣେ ସାମ୍ବାଦିକଙ୍କୁ ଗୁଳିମାଡ ହୋଇଛି । ଅର୍ଜୁନ ଚୌଧୁରୀ ନାମଙ୍କ ଜଣେ ବ୍ୟକ୍ତିଙ୍କ ଘରେ ପଶି ଦୁବୃର୍ତ୍ତମାନେ ଗୁଳିମାଡ କରିଥିଲେ, ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେ ଏକ ହିନ୍ଦୀ ନ୍ୟୁଜ ଚ୍ୟାନେଲରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ପୁଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଗୁଳିମାଡ ହୋଇଥିବା ପୁଲିସ ଅନୁମାନ କରୁଛି ।

ସୂଚନା ଅନୁସାରେ କବିନଗର ଜିଲ୍ଲା ରାଜପୁର ଗ୍ରାମରେ ଅଜୁର୍ନ ସାମ୍ବାଦିକ ଭାବରେ କାମ କରୁଥିଲେ । ପରିବାର ସହ ସେ ଗ୍ରାମରେ ରହୁଥିଲେ, ବିଏସପି ଦଳ ପକ୍ଷ୍ୟରୁ ତାଙ୍କ ସ୍ତ୍ରୀ ଗ୍ରାମରେ କାଉସିଲର ଅଛନ୍ତି । ରବିବାର କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଗୁଳିମାଡ କରିଥିଲେ ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧିତ ଖବର