ଭୁବନେଶ୍ୱରରେ ନକଲି ବିଦେଶୀ ମଦ ଭାଟି ଠାବ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୁଧବାର ନକଲି ବିଦେଶୀ ମଦ ଭାଟି ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ଖାରବେଳନଗର ଥାନା ଅଞ୍ଚଳରେ ପରିଚାଳିତ ନକଲି ମଦ ଭାଟି ଉପରେ ଅଚାନକ ଚଢ଼ାଉ କରାଯାଇ ଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଓ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ନକଲି ବିଦେଶୀ ମଦ କିପରି ପ୍ରସ୍ତୁତ ହେଉଥିବଲା ଓ ଏହାକୁ କିପରି ମାର୍କେଟିଂ କରାଯାଉଥିଲା ପୁଲିସ ସେ ନେଇ ବିଭିନ୍ନ ଆଧାରକୁ ନେଇ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର