ସୋସିଆଲ ମିଡିଆରୁ ଯୁବତୀଙ୍କ ଫଟୋ ଚୋରି କରି ନକଲି ବିବାହ କଲେ ଯୁବକ, ଏଭଳି ସାମ୍ନାକୁ ଆସିଲା ମାମଲା

ନୂଆଦିଲ୍ଲୀ : ଆଜିକାଲି ଦୁନିଆକୁ ଲୋକେ ସୋସିଆଲ ମିଡିଆ ଯୁଗ ବୋଲି କହୁଥିବା ବେଳେ ଏହି ଯୁଗରେ ଆପଣଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ । କାରଣ କେତେବେଳେ କିଏ ଆପଣଙ୍କର ବିବରଣୀ ନେଇ ଆପଣଙ୍କୁ ଠକି ଦେବ, ତାହା କେହି କହି ପାରିବେ ନାହିଁ । ଗାଜିଆବାଦ୍‌ରେ ରହୁଥିବା ଜଣେ ମହିଳାଙ୍କୁ ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରିବା ମହଙ୍ଗା ପଡ଼ିଛି । ପୀଡ଼ିତାଙ୍କ ଫଟୋକୁ ବ୍ୟବହାର କରି ଜଣେ ଯୁବକ ନକଲି ବିବାହର କାଗଜପତ୍ର ତିଆରି କରିଦେଇଥିବା ଜଣା ପଡ଼ିଛି । ଅଭିଯୁକ୍ତ ଯୁବକ ପୀଡ଼ିତାଙ୍କୁ ବ୍ଲାକ୍‌ମେଲ କରିବା ପାଇଁ ଚେଷ୍ଟା କରିବା ପରେ ପୂରା ମାମଲା ସାମ୍ନାକୁ ଆସିଥିଲା ।

फर्जी सर्टिफिकेट का इस्तेमाल
oneindia.com

ସୂଚନା ମୁତବେକ, ପୀଡ଼ିତା ଓ ଅଭିଯୁକ୍ତ ଏକାଦଶରେ ସାଥୀରେ ପଢ଼ୁଥିଲେ । ପରେ ସେ ପୀଡ଼ିତାଙ୍କ ଫଟୋ ଚୋରି କରି ଆର୍ଯ୍ୟ ସମାଜରେ ପୀଡ଼ିତାଙ୍କ ସହ ତାଙ୍କ ବିବାହ ହୋଇଥିବା ନେଇ ଦାବି କରିଥିଲେ । ଏମିତି କି ଷ୍ଟାମ୍ପ ଆଣ୍ଡ ରେଜିଷ୍ଟ୍ରେସନ େଓ୍ଵବ୍‌ସାଇଟ୍‌ରେ ଅଭିଯୁକ୍ତ ବିବାହର ପଞ୍ଜିକରଣ ମଧ୍ୟ କରାଇଥିଲେ । ଯାହାର ପ୍ରମାଣପତ୍ର ସ୍ପିଡ୍‌ପୋଷ୍ଟରେ ଯୁବତୀଙ୍କ ଘରେ ଯାଇ ପହଞ୍ଚିଥିଲା । ବିବାହର ପ୍ରମାଣପତ୍ର ଦେଖି ଯୁବତୀଙ୍କ ପରିବାର ଲୋକେ ତୁରନ୍ତ ଦିଲ୍ଲୀ ପୁଲିସକୁ ସଂପର୍କ କରି ଏତଲା ରୁଜୁ କରିଥିଲେ । ପୁଲିସ ତଦନ୍ତ କରିବା ପରେ ଅଭିଯୁକ୍ତ କିଭଳି ପୀଡ଼ିତାଙ୍କ ଫଟୋ ସୋସିଆଲ ମିଡିଆ ସାଇଟ୍‌ରୁ ନେଇ ନକଲି ଫଟୋ ତିଆରି କରିଥିଲା ତାହା ସାମ୍ନାକୁ ଆସିଥିଲା । ୨୦୧୮ ଜାନୁଆରୀରେ ସେୟାର କରିଥିବା ଫଟୋକୁ ବ୍ୟବହାର କରି ଅଭିଯୁକ୍ତ ବିବାହର ଫଟୋ ବନାଇଥିଲା ।

ସମ୍ବନ୍ଧିତ ଖବର