ନିଦରେ ଶୋଇଥିବା ୫ ବର୍ଷର ଝିଆରୀକୁ ଦୁର୍ଷ୍କମ କରି ନାଳରେ ଫିଙ୍ଗିଦେଲା ଦାଦା

ଫରିଦାବାଦ : ହରିୟାଣା ଫରିଦାବାଦରେ ଏକ ପାଞ୍ଚ ବର୍ଷର ଶିଶୁକୁ ଅପହରଣ କରି ତା’ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣା ସମ୍ନାକୁ ଆସିଛି। ଅଭିଯୁକ୍ତକୁ ବର୍ତ୍ତମାନ ଚିହ୍ନଟ କରି ତାଙ୍କୁ ଗିରଫ କରିଛି ପୁଲିସ । ଶିଶୁଟିର ମୃତଦେହ ଦିଲ୍ଲୀ- ହାରିୟାଣା ସୀମାସ୍ଥିତ ଏକ ନାଳରୁ ଠାବ କରାଯିବା ସହ ପୋଷ୍ଟମୋଟର୍ମ ପାଇଁ ରୋହତକ ପିଜିଆଇ ପଠାଯାଇଛି।

aaj tak

ସୂଚନା ମୁତାବକ , ଗତ ୨୧ ତାରିଖ ଦିନ ୫ ବର୍ଷର ନାବାଳିକାଟି ତାଙ୍କ ଜେଜେବାପାଙ୍କ ଘରକୁ ବୁଲିବା ପାଇଁ ଯାଇଥିଲା। ସେଠାରେ ରାତି ସମୟରେ ତାଙ୍କ ଦାଦା ଏବଂ ତାଙ୍କ ସାଙ୍ଗ ରିଙ୍କୁ ଘର ମଧ୍ୟରେ ମଦ୍ୟପାନ କରିଥିଲେ ଏବଂ ନାବାଳିକାକୁ ଅପହରଣ କରି ନେଇଥିଲେ। ସକାଳୁ ଉଠି ପରିବାର ସଦସ୍ୟ ନାବାଳିକାଟିକୁ ଘରେ ନପାଇ ସ୍ଥାନୀୟ ପୁଲିସରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ଘଟଣାର ତଦନ୍ତ କରୁଥିବା ସମୟରେ ଜଣାପଡ଼ିଲା କି ନାବାଳିବାଙ୍କ ଦାଦା ଏବଂ ତାଙ୍କ ସାଙ୍ଗ ରିଙ୍କୁ ମଧ୍ୟ ନିଖୋଜ ରହିଛନ୍ତି । ତିନି ଦିନ ଖୋଜାଖୋଜି କରିବା ପରେ ଅଭିଯୁକ୍ତ ରିଙ୍କୁକୁ ଗାଜିଆବାଦଠାରୁ ଗିରଫ କରାଗଲା । ତାକୁ ଜେରା କରିଯାଇ ପଚରାଉଚରା ସମୟରେ ସେ ତାଙ୍କ ଦୋଷ ସ୍ୱୀକାର କରିଥିଲେ । ସେ ନାବାଳିକାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ସହ ତାଙ୍କ ଶରୀରକୁ ଫିଙ୍ଗିଥିବା ସ୍ଥାନ ବିଷୟରେ କହିଥିଲେ । ଏହାପରେ ପୁଲିସ ସନ୍ତୋଷ ନଗର ନାଳରୁ ଠାବ କରାଯାଇ ପୋଷ୍ଟମୋଟର୍ମ ପାଇଁ ରୋହତକର ପିଜିଆଇକୁ ପଠାଯାଇଛି।

ସମ୍ବନ୍ଧିତ ଖବର