ନିଜର ତିନିଜଣ ନାବାଳିକା ଝିଅକୁ ପାଞ୍ଚ ବର୍ଷ ହେବ ଏପରି ଦୁଷ୍କର୍ମ କରି ଆସୁଥିଲା ପିତା, ଗତ ଜନ୍ମାଷ୍ଟମୀରେ ବି ସାନ ଝିଅ ହୋଇଥିଲା ପିତା ଦ୍ୱାରା ଦୁଷ୍କର୍ମର ଶିକାର

ପୋରବନ୍ଦର: ଗୁଜୁରାଟର ପୋରବନ୍ଦରରେ ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପିତା ଗୋଟିଏ ପରେ ଗୋଟିଏ କରି ନିଜର ତିନି ନାବାଳିକା ଝିଅ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ପୁଲିସ ଗତ ରବିବାର ଅଭିଯୁକ୍ତକୁ ଗିରଫ କରି ନେଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ୪୦ବର୍ଷୀୟ ପିତା ସର୍ବପ୍ରଥମେ ନିଜର ସାନ ଝିଅ(୯ବର୍ଷ) ସହିତ ଦୁଷ୍କର୍ମ କରିଥିଲା। ଏହାପରେ ୧୪ବର୍ଷ ଝିଅ ଓ ଶେଷର ୧୬ବର୍ଷ ଝିଅକୁ ନିଜ ଶିକାର ବନାଇଥିଲା। ଆଶ୍ଚର୍ଯ୍ୟ ଓ ଲୋମ ଟାଙ୍କୁରା ଘଟଣା ହେଉଛି ଏହି ଅମାନୁଷିକ ପିତା ଥରେ କି ଦୁଇଥର ନୁହେଁ ନିଜର ତିନିଜଣ ନାବାଳିକା ସହିତ ୫ବର୍ଷ ଧରି ଲଗାତାର ଦୁଷ୍କର୍ମ କରି ଆସୁଥିଲା।

ସାନ ଝିଅର କହିବାନୁସାରେ, ସେ ଯେତେବେଳେ ୪ବର୍ଷର ଥିଲା ତା’ ପିତା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା। ଶେଷଥର ତା’ ପିତା ଜନ୍ମାଷ୍ଟମୀରେ ଦୁଷ୍କର୍ମ କରିଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଦିନ ମଜୁରିଆ ଭାବେ କାମ କରିଥାଏ। ପାଞ୍ଚ ବର୍ଷ ପୂର୍ବେ ତାର ପତ୍ନୀର ମୃତ୍ୟୁ ହୋଇଯାଇଥିଲା। ତା’ର ତିନି ଝିଅ ଓ ୧୫ବର୍ଷର ପୁଅ ଜୁନାଗଢ଼ର ଏକ ପ୍ରାଇଭେଟ ଟ୍ରଷ୍ଟ ଦ୍ୱାରା ସଞ୍ଚାଳିତ ସ୍କୁଲରେ ପାଠ ପଢ଼ୁଥିଲେ। ସ୍କୁଲ ଛୁଟିରେ ଝିଅକୁ ଘରକୁ ଆଣି ଦୁଷ୍କର୍ମ କରିଥାଏ ପିତା। ଯେତେବେଳେ ନିଜ ବଡ଼ ଝିଅକୁ ଆଣି ଦୁଷ୍କର୍ମ କରିଥିଲା ଅମାନୁଷିକ ପିତା, ଝିଅ ଏହାକୁ ବିରୋଧ କରିବା ସହିତ ପିତାର ଏହି କାରନାମ୍‌ ବିଷୟରେ ସମସ୍ତଙ୍କୁ ଜଣାଇ ଦେଇଥିଲା। ଏହାପରେ ପିତାର ଅସଲ ମୁଖା ଖୋଲି ଯାଇଥିଲା।

ସମ୍ବନ୍ଧିତ ଖବର