ବିବାହ ସମୟରେ ଦେଇଥିବା ସୁଟକେସ୍‌ରୁ ୫ମାସ ଅନ୍ତସତ୍ତ୍ୱା କନ୍ୟାଙ୍କ ମୃତଦେହ ପାଇଲେ ପିତା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଇନ୍ଦ୍ରାପୁରମରେ ଜାତୀୟ ରାଜପଥ ୨୪ରେ ବୁଧବାର ଅର୍ଥାତ୍‌ ଏପ୍ରିଲ ୧୧ ତାରିଖ ଦିନ ୫ମାସର ଅନ୍ତସତ୍ତ୍ୱା ମହିଳାଙ୍କ ମୃତଦେହକୁ ଏକ ସୁଟକେସ୍‌ରୁ ଉଦ୍ଧାର ହୋଇଛି। କିଛିଦିନ ତଳେ ମହିଳାଙ୍କ ସ୍ୱାମୀ ତାଙ୍କ ପତ୍ନୀ ନଖୋଜ ଥିବା ସୂଚନା ଦେଇଥିଲେ। ତେବେ ଏହି ମାମଲାରେ ପୁଲିସ ଏକ କପଡ଼ା ଦୋକାନରେ କାମ କରୁଥିବା ନିଖୋଜ ମହିଳାଙ୍କ ସ୍ୱାମୀଙ୍କୁ ପଚରାଉଚରା ପାଇଁ ଥାନାକୁ ନେଇଛନ୍ତି।

ମୃତ ମହିଳା ପିତା ଅଭିଯୋଗ କରିଛନ୍ତି କି, ସେ ଅଧିକ ଯୌତୁକ ଦେଇ ନପାରି ଥିବାରୁ ତାଙ୍କ କନ୍ୟାକୁ ହତ୍ୟା କରାଯାଇଛି। କେବଳ ଏତିକି ନୁହେଁ, ବିବାହ ସମୟରେ ସେ ଝିଅକୁ ଯେଉଁ ସୁଟକେସ ଉପହାରରେ ଦେଇଥିଲେ ସେଥିରୁ ସେ ତାଙ୍କର ପାଞ୍ଚମାସର ଅନ୍ତସତ୍ତ୍ୱା ଥିବା ଝିଅର ମୃତଦେହକୁ ପାଇଥିଲେ।

ସୂଚନାଯୋଗ୍ୟ, କିଛି ମାସ ପ୍ରେମ ସମ୍ପର୍କ ରହିବା ପରେ ମୃତକ ମାଲା ଓ ଶିବମଙ୍କ ବିବାହ ଏକ ବର୍ଷ ପୂର୍ବେ ନଭେମ୍ବରରେ ହୋଇଥିଲା। ଶିବମଙ୍କ ପରିବାର ଲୋକ ଏହି ବିବାହ ସପକ୍ଷରେ ନ ଥିଲେ। ମାଲାର ଶରୀର ସୁଟକେସ ଭିତରେ ରଖିବା ପାଇଁ ଜୋରଜବଦସ୍ତି ତାକୁ ମୋଡିମାଡି ପୁରା ଦିଆ ଯାଇଥିଲା। ପୁଲିସ ସନ୍ଦେହ କରୁଛି ମାଲାଙ୍କୁ ମାରିବା ପାଇଁ ହତ୍ୟାକାରୀ ତଉଲିଆର ସାହାଯ୍ୟ ନେଇଛି। ତେବେ ଏହି ସୁଟକେସ ସମ୍ପର୍କରେ ଜଣେ ଅଜଣା ବ୍ୟକ୍ତିର ଫୋନ୍‌ କଲ ଆସିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହି ସୁଟକେସ ଜବତ କରିଥିଲା। ଜବତ କରି ସୁଟକେସ ଖୋଲିବା ପରେ ସେଥିରୁ ମାଲାଙ୍କ ମୃତଦେହ ବାହାରି ଥିଲା।

ସମ୍ବନ୍ଧିତ ଖବର