ପିତାର ମାଡରେ ୪୧ଦିନର ଶିଶୁ ଗୁରୁତର, କାଟିବାକୁ ପଡ଼ିଥିଲା ଦୁଇଟି ଗୋଡ

ନୂଆଦିଲ୍ଲୀ: ଜଣେ ନିର୍ଦୟ ପିତା ନିଜର ୪୧ଦିନର ଶିଶୁକୁ ଏପରି ଭାବେ ମାଡ ମାରିଥିଲା ଯେ ତାର ଗୋଡ଼ କାଟିବାକୁ ପଡ଼ିଥିଲା। । ଏହି ନିର୍ଦୟ ପିତା ଏବେ ଜେଲରେ କଏଦୀ ଜୀବନ କାଟୁଛି। ଅଭିଯୁକ୍ତ ପିତାର ନାମ ଟୋନିସ୍ମିତ ଓ ବୟସ ୪୭ବର୍ଷ ବୋଲି ଜଣାପଡ଼ିଛି। ଟୋନି ଯେଉଁ ଜେଲରେ ବନ୍ଦୀ ଅଛି ସେଠାରେ ଥିବା ଅନ୍ୟ କଏଦୀମାନେ ତାକୁ ସବୁବେଳେ ତାର ଦୋଷ ପାଇଁ ମାଡ ମାରୁଥିଲେ, ତେଣୁ ତାକୁ ଉଚ୍ଚ ସୁରକ୍ଷା ଥିବା ଜେଲରେ ବନ୍ଦୀ କରାଯାଇଛି। ସ୍ମିତ ସହିତ ତାର ପ୍ରେମିକା ବି ଜେଲରେ ବନ୍ଦୀ ଅଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ସ୍ମିତ ସୌଭାଗ୍ୟବଶତଃ ଜୀବିତ ବଞ୍ଚି ଯାଇଛି। ତାକୁ ଭୁଲବଶତଃ ଏହି ଅପରାଧୀଙ୍କ ଭିତରେ ରଖି ଦିଆଯାଇଥିଲା। ସ୍ମିତ ଉପରେ ଏହି ଆକ୍ରମଣ ଅଗଷ୍ଟ ୭ରେ କରାଯାଇଛି। କଏଦୀ ସ୍ମିତକୁ ତାର ହିଁ ସେଲରେ ବନ୍ଦୀ କରି ମାଡ ମାରୁଥିଲେ।

ଟୋନି ସ୍ମିତ ୨୦୧୪ରେ ନିଜର ୪୧ଦିନର ଶିଶୁ ସହିତ ଦୁର୍ବବ୍ୟବହାର କରିବା ସହିତ ମାଡ ମାରିଥିଲା। ଫଳର ଶିଶୁଟି ଗୁରୁତର ଆହତ ହୋଇଥିଲା। ପିତା ମାଡରେ ଶିଶୁ ଶରୀରରେ ହୋଇଥିବା କ୍ଷତଟି ସପଟିକ୍‌ ହୋଇ ଯାଇଥିଲା। ଆଠଟି ସ୍ଥାନରେ ଫ୍ୟାକଚର ହୋଇଯାଇଥିଲା। ଟୋନି ଓ ତାର ପ୍ରେମିକା ଶିଶୁକୁ ସେଭଳି ଗମ୍ଭୀର ଅବସ୍ଥାରେ ଘରେ ଛାଡ଼ି ବାହାରକୁ ଚାଲି ଯାଇଥିଲେ। ପାଖପଡୋଶୀ ଘଟଣା ବିଷୟରେ ଜାଣିବା ପରେ ଶିଶୁକୁ ହସ୍‌ପିଟାଲ ନେଇ ଯାଇଥିଲେ। ସେଠାରେ ତାର ଗୋଡ କାଟିବାକୁ ପଡ଼ିଥିଲା। ଏବେ ଶିଶୁଟିର ବୟସ ତିନି ବର୍ଷ ହୋଇଛି। ତାକୁ ଅନ୍ୟ ଜଣେ ଦମ୍ପତ୍ତି କୋଳେଇ ନେଇଛନ୍ତି।

 

ସମ୍ବନ୍ଧିତ ଖବର