ସବୁତକ ଚିକେନ ଖାଇ ଦେବା ହେତୁ ପୁଅକୁ ହତ୍ୟା କଲା ବାପା

ଭୋପାଳ: ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି , ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବାପା ସାମାନ୍ୟ ଚିକେନ୍‌ ପାଇଁ ପୁଅକୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହି ଖବର ଟି ଭାଇରାଲ ହେବାରେ ଲାଗିଛି। ତେବେ ମୃତକଙ୍କ ପତ୍ନୀ ଭୁରିବାଇ ଏନେଇ ଟାଣ୍ଡା ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲା ଆଧାରରେ ପୁଲିସ ଅଭିଯୁକ୍ତ ଛୋଟୁ ବାଘେଲାଙ୍କୁ ଗିରଫ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଧାର ଜିଲ୍ଲା ଟାଣ୍ଡା ଥାନା ଅନ୍ତର୍ଗତ ଖରବାଳି ଗ୍ରାମରେ ଛୋଟୁ ବାଘେଲା ବସବାସ କରନ୍ତି। ଛୋଟୁଙ୍କ ପୁଅ ହେଉଛି ହିରା ବାଘେଲା। ଛୋଟୁ ଓ ହିରାଙ୍କ ମଧ୍ୟରେ ଚିକେନ ଖାଇବାକୁ ନେଇ ପାଟିତୁଣ୍ଡ ହୋଇଥିଲା । କାରଣ ଛୋଟୁ ଆଣିଥିବା ସବୁତକ ଚିକେନ୍‌କୁ ତାଙ୍କ ପୁଅ ଖାଇଦେଇଥିଲା। ପୁଅ ସବୁ ଚିକେନ୍‌ ଖାଇ ଦେଇଥିବା ଜାଣି ହିରାର ବାପା ରାଗିଯାଇଥିଲେ। ଏବଂ ପାଖରେ ଥିବା ଏକ ଧାରୁଆ ଛୁରୀରେ ପୁଅ ଉପରକୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ପୁଅ ହିରାର ମୃତ୍ୟୁ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର