ଝିଅକୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ବାପାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର: ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଦାଲତ ଜଣେ ନରପିଶାଚ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୨୦ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ ପାଇଁ ଆଦେଶ ରହିଛି।

ମିଳିଥିବା ସୂଚନା ମୁତାବକ, ୨୦୧୬ ମସିହାରେ ଏଭଳି ଏକ ଘଟଣା ଘଟିଥିଲା ରାଜଧାନୀରେ। ଏ ନେଇ ନାବାଳିକାର ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ନାବାଳିକାର ବାପାକୁ ଗିରଫ କରିଥିଲା। ପରେ ଏହି ମାମଲାର ଶୁଣାଣି ଏଡିଜେ(୪)‌ରେ ଆରମ୍ଭ ହୋଇଥିଲା। ୧୩ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ମାନ୍ୟବର ବିଚାରପତି ସତ୍ୟରଂଜନ ପ୍ରଧାନ ଉପରୋକ୍ତ ରାୟ ଶୁଣାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ଦାଶ ଓ ସୁବ୍ରତ ପ୍ରିୟଦର୍ଶୀ।

ସମ୍ବନ୍ଧିତ ଖବର