ବାପାଙ୍କ ଦ୍ୱିତୀୟ ବିବାହରେ ବୋହୂ ଭଳି ସଜ ହୋଇ ଆସିଥିଲା ଝିଅ, ନିଶାଗ୍ରସ୍ତ ହୋଇ ଝିଅକୁ ସ୍ତ୍ରୀ ବୋଲି ଭାବି ଶାରୀରିକ ସଂପର୍କ ରଖିଲା ବାପା, ତା’ ପରେ…

ନୂଆଦିଲ୍ଲୀ: ଡେନ୍‌ମାର୍କରେ ଜଣେ ଯୁବକ ନିଜ ଝିଅ ସହ ଶାରୀରିକ ସଂପର୍କ ରଖିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଭଳି ଭୁଲ ଅଭିଯୁକ୍ତ ନିଶାଗ୍ରସ୍ତ ଥିବା ଅବସ୍ଥାରେ କରିଥିବା ବେଳେ ପରେ ସେ ନିଜ ଝିଅକୁ ଭୁଲ ମାଗିଥିଲ। କିନ୍ତୁ ସେତେବେଳକୁ ଆଉ କିଛି ବାକି ନଥିଲା । ଏଭଳି ଘଟଣା ଘଟିବା ପରେ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିଥିଲା ପୁଲିସ ।

ସୂଚନା ମୁତାବକ, ଘଟଣାଟି ଗତ ବର୍ଷ ଅଗଷ୍ଟ ମାସରେ ଘଟିଥିଲା । ପୀଡ଼ିତା ଏବଂ ତାଙ୍କ ବାପା ଦୁହେଁ ଅଲଗା ରହୁଥିବା ବେଳେ ଅଭିଯୁକ୍ତ ଦ୍ୱିତୀୟ ବିବାହ କରୁଥିବାରୁ ନିଜ ଝିଅକୁ ନିମନ୍ତ୍ରଣ କରିଥିଲେ । ପୀଡ଼ିତା ରାଜି ହୋଇ ନିଜ ବାପାଙ୍କ ବିବାହକୁ ବୋହୁ ଭଳି ସଜ ହୋଇ ଆସିଥିଲେ । ବିବାହ ଭୋଜି ଚାଲିଥିବା ବେଳେ ପୀଡ଼ିତା ଅଧିକ ମଦ ପିଇ ଦେଇଥିବାରୁ ସଂପର୍କୀୟମାନେ ପୀଡ଼ିତାଙ୍କୁ ହୋଟେଲରେ ବର ବଧୂ ପାଇଁ ଥିବା ରୁମ୍‌ରେ ଶୁଆଇ ଦେଇଥିଲେ । କିଛି ସମୟ ପରେ ଅଭିଯୁକ୍ତ ବାପା ମଧ୍ୟ ନିଶାଗ୍ରସ୍ତ ହୋଇ ଝିଅ ଶୋଇଥିବା ରୁମ୍‌ରେ ପହଞ୍ଚିଥିଲେ । ଅନ୍ଧାର ହୋଇଥିବାରୁ ସେ ନିଜ ଝିଅକୁ ସ୍ତ୍ରୀ ବୋଲି ଭାବି ଜୋର ଜବରଦସ୍ତ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ।

ibtimes.co.in

ପୀଡ଼ିତା ନିଶାଗ୍ରସ୍ତ ଥିବାରୁ ଚାହିଁ ବି ନିଜ ବାପାଙ୍କୁ ଅଟକାଇ ପାରି ନଥିଲେ । ଦୁଷ୍କର୍ମ ପରେ ଅଭିଯୁକ୍ତ ଶୋଇଯିବାରୁ ପୀଡ଼ିତା ସେଠାରୁ ଚାଲି ଆସିଥିଲେ । ପରେ ସବୁ ଜାଣି ଅଭିଯୁକ୍ତ ପୀଡ଼ିତାଙ୍କ କ୍ଷମା ମାଗିଥିଲେ ମଧ୍ୟ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ । ଯାହା ପରେ ତାଙ୍କୁ ଗିରଫ କରାଯାଇ ଦେଢ଼ ବର୍ଷର ଜେଲ ଦଣ୍ଡ ଦିଆ ଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର