ଦୁଷ୍କର୍ମର ଶିକାର ହେଲା ମାସକର ଶିଶୁ କନ୍ୟା, ଦୁଷ୍କର୍ମ ପରେ ହାତ ଗୋଡ଼ ଭାଙ୍ଗି ଫିଙ୍ଗି ଦେଇଥିବା ଅଭିଯୁକ୍ତ କିଏ ବୋଲି ଜଣା ପଡ଼ିବା ପରେ ହତବାକ୍‌ ହୋଇଗଲା ପୁଲିସ

ନୂଆଦିଲ୍ଲୀ: ଗତ କିଛି ମାସ ହେଲା ହେଉଥିବା ଦୁଷ୍କର୍ମ ମାମଲା ମଧ୍ୟରେ ଶିଶୁ କନ୍ୟାମାନଙ୍କର ଦୁଷ୍କର୍ମ ସଂଖ୍ୟା ବଢ଼ିଥିବା ଦେଖାଯାଇଛି । ଏ ନେଇ କିଛି ଦୋଷୀକୁ କଠୋର ଦଣ୍ଡ ମିଳିଥିଲେ ମଧ୍ୟ ଏହି ଅପରାଧ ଥମିବାର ନାଁ ନେଉ ନାହିଁ । ବିଶ୍ୱରେ କେଉଁଠି ନା କେଉଁଠି ଶିଶୁକନ୍ୟା ଦୁଷ୍କର୍ମର ଶିକାର ହେଉଥିବା ବେଳେ ଏବେ ଏହି ସମସ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଛି । କିଛି ସେଭଳି ହୃଦୟ ବିଦାରକ ଘଟଣା ଘଟିଛି ଆମେରିକାରେ । ଜନ୍ମ ହେବାର ମାସକ ପରେ ଦୁଷ୍କର୍ମ କ’ଣ ବୋଲି ଜାଣି ନଥିବା ଶିଶୁ କନ୍ୟା ହୋଇଛି ଦୁଷ୍କର୍ମର ଶିକାର । ନିଶାରେ ଜଣେ ଯୁବକ ମାସକର ଶିଶୁକନ୍ୟା ସହ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବରେ ତାକୁ ହତ୍ୟା କରିଥିଲା । ଦୁଷ୍କର୍ମ ପରେ ହାତ ଗୋଡ଼ ଭାଙ୍ଗି ନାଳରେ ଫିଙ୍ଗି ଦେଇଥିବା ଘଟଣାକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଅଭିଯୁକ୍ତର ପରିଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାର ତଦନ୍ତ ପରେ ଅଭିଯୁକ୍ତ ମୃତ ଶିଶୁର ବାପା ବୋଲି ଜାଣି ତଦନ୍ତ କରୁଥିବା ପୁଲିସ ସମେତ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଡ଼୍ରଗ୍ସ ନେଇ ଅଭିଯୁକ୍ତ ଜଣଙ୍କ ଏପରି କରିଥିବା ଜଣା ପଡ଼ିଛି ।

cullmantimes.com

ସୂଚନା ମୁତାବକ, ଡ଼୍ରଗ୍ସ ନେଇ ନିଶାରେ ଅଭିଯୁକ୍ତ ନିଜ ମାସକର ଶିଶୁ ସହ ଦୁଷ୍କର୍ମ କରିଥିଲା । ଯେଉଁ ସମୟରେ ଅଭିଯୁକ୍ତର ଶରୀରର ଚାପ ପାଇଁ ଶିଶୁଟିର ହାତ ଗୋଡ଼ ଭାଙ୍ଗି ଯାଇଥିଲା । ଶିଶୁଟି ମରିଯିବା ଜାଣି ଅଭିଯୁକ୍ତ ମୃତଦେହକୁ ନେଇ ନାଳରେ ଫିଙ୍ଗି ଦେଇଥିଲେ । କିନ୍ତୁ ପରେ ସବୁ ସତ ସାମ୍ନାକୁ ଆସିଥିଲା । ସତ ଜଣା ପଡ଼ିବା ପରେ ଅଭିଯୁକ୍ତକୁ ୨୪୦ବର୍ଷର ଜେଲ ଦଣ୍ଡ ଶୁଣା ଯାଇଥିବା ବେଳେ ୧୦ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଛି ।

ସମ୍ବନ୍ଧିତ ଖବର