ନାବାଳିକା ଝିଅକୁ ଦୁଷ୍କର୍ମ, ବାପା ଗିରଫ

ଭୁବନେଶ୍ୱର: ନିଜ ୧୦ ବର୍ଷର ନାବାଳିକା ଝିଅକୁ ନିଶାସକ୍ତ ଅବସ୍ଥାରେ ଦୁଷ୍କର୍ମ କରଛି ବାପା। ଏନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ବାପାକୁ ଗିରଫ କରିଛି। ମିଳିଥିବା ସୂଚନାନୁଯାୟୀ ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି କ୍ୟାପିଟାଲ ଥାନା ଅଧୀନସ୍ଥ ୟୁନିଟ-୧ ଅଞ୍ଚଳରେ। ପୀଡ଼ିତାଙ୍କ ମା’ ଘରେ ନ ଥିବା ବେଳେ ସୋମବାର ରାତିରେ ବାପା ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଝିଅକୁ ନିଜ ଶୋଇବା ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଏନେଇ କାହାରିକୁ କିଛି କହିଲେ ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଅନ୍ୟପକ୍ଷରେ ପୋକ୍ସୋ ଆଇନ ଅନୁୟାୟୀ ମାମଲା ରୁଜୁ ହୋଇଥିବାରୁ ପୁଲିସ କୌଣସି ସୂଚନା ଦେଇପାରିବ ନାହିଁ ବୋଲି କ୍ୟାପିଟାଲ ଥାନାର ଇନ୍ସପେକ୍ଟର ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର