ଅନ୍ଧବିଶ୍ୱାସର କରୁଣ ପରିଣତି: ଧନ ପାଇଁ ୪ ବର୍ଷର ଶିଶୁ କନ୍ୟାକୁ ବଳି ଦେଲା ବାପା

ରାୟପୁର: ପୁଣି ଏକ ଶିଶୁ ବଳି। ଏଥର ବାପା ନିଜ ଚାରି ବର୍ଷର ଶିଶୁକନ୍ୟାକୁ ତାନ୍ତ୍ରିକ କଥାରେ ପଡ଼ି ବଳି ଦେଇଛି। ଶିଶୁ କନ୍ୟାକୁ ହତ୍ୟା କରିଏକ ବ୍ୟାଗ୍‌ରେ ଭର୍ତ୍ତି କରି ଲୁଚାଇ ରଖିଥିବା ବେଳେ ପୁଲିସ ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ବାପାକୁ ଗିରଫ କରିଛି। ତେବେ ନରବଳି ପାଇଁ ଉସୁକାଇଥିବା ତାନ୍ତ୍ରିକ ଏବେ ବି ପୁଲିସ କବ୍‌ଜାରୁ ଦୂରରେ ଅଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଛତିଶଗଡ଼ ରାୟପୁର ଜିଲ୍ଲାର ତିଲଦା ଅଞ୍ଚଳରେ ଏପରି ଏକ ଅଭବନୀୟ ଘଟଣା ଘଟିଛି। ଦୀପଚାନ୍ଦ ଦେବାଙ୍ଗନ ନାମକ ଜଣେ ବ୍ୟକ୍ତି ଗତ କିଛି ଦିନ ହେବ ଜଣେ ତାନ୍ତ୍ରିକ ସମ୍ପର୍କରେ ରହିଥିଲେ। ତାନ୍ତ୍ରିକ ଜଣକ ତାଙ୍କ ଶିଶୁ କନ୍ୟାକୁ ଦେବୀ ମାଆଙ୍କ ପାଖରେ ବଳି ଦେଳେ ତାଙ୍କର( ଦୀପଚାନ୍ଦଙ୍କର) ସମସ୍ତ ସମସ୍ୟାର ସମାଧାନ ହେବା ସହିତ ତାଙ୍କର ଆର୍ଥିକ ସମୃଦ୍ଧି ଘଟିବ ବୋଲି କହିଥିଲେ। ଏଥିରେ ବିଶ୍ୱାସ କରି ଦୀପଚାନ୍ଦ ତାଙ୍କ ୪ ବର୍ଷର ଶିଶୁ କନ୍ୟାକୁ ବଳି ଦେବା ପାଇଁ ଯୋଜନା କରିଥିଲା। ଶିଶୁଟିର ମାଆ ବାହାରକୁ ଯାଇଥିବା ବେଳେ ଦୀପଚାନ୍ଦ ନିଜ ୪ ବର୍ଷର ଝିଅର ତଣ୍ଟି ଚିପି ହତ୍ୟା କରିଥିଲା। ପରେ ମୃତଦେହକୁ ଏକ ବ୍ୟାଗରେ ପୁରାଇ ତାକୁ ଷ୍ଟୋର ରୁମ୍‌ରେ ଲୁଚାଇ ରଖିଥିଲା। ଘରକୁ ପେରି ଦୀପଚାନ୍ଦଙ୍କ ପତ୍ନୀ ନିଜ ଝିଅକୁ ନ ପାଇ ଚାରିଆଡେ ଖୋଜାଖୋଜି କରିଥିଲେ। ଶେଷର ତାର ମୃତଦେହ ଏକ ବ୍ୟାଗ ଭିତରେ ପଶି ଷ୍ଟୋର ରୁମ୍‌ରେ ରଖାଯାଇଥିିବା ଦେଖିବାକୁ ମିଳିଥିଲା।

Oddee

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଇଥିଲା ଯେ ବ୍ୟାଗ ଭିତରେ ମୃତ ଶିଶୁକୁ ବସିଥିବା ଅବସ୍ଥାରେ ପୁରାଇ ଦୀପଚାନ୍ଦ କିଛିି ମନ୍ତ୍ରପାଠ କରୁଛି। କେବଳ ସେତିକି ନୁହେଁ, ସେଠାରେ କିଛି କଳା କପଡ଼ା, ସିନ୍ଦୁୁର ଓ ଅନ୍ୟାନ୍ୟ ତନ୍ତ୍ର ପୂଜା ସାମଗ୍ରୀ ମଧ୍ୟ ରଖାଯାଇଛି।ତେବେ ପୁଲିସକୁ ଦେଖିବା ମାତ୍ରେ ଦୀପଚାନ୍ଦ ମୃତ ଶିଶୁର ଶବ ବ୍ୟାଗରୁ କାଢ଼ି ଶୁଆଇ ଦେଇଥିଲା। ପଚରାଉଚରା ସମୟରେ ପ୍ରଥମେ ସେ ତାନ୍ତ୍ରିକ କଥାରେ ନିଜ ଝିଅକୁ ବଳି ଦେଇଥିବା ସ୍ୱୀକାର କରିଥିଲା। ମାତ୍ର ପରେ କହିଥିଲା ଯେ ଗତ କିଛି ଦିନ ହେବ ତାଙ୍କ ଘରେ ବିଭିନ୍ନ ପ୍ରକାର ଭୌତିକ କାଣ୍ଡ ଘଟୁଛି। ଘର ଭିତରେ କେହି ମାଂସ, ମଦ, ରକ୍ତ ପ୍ରଭୃତି ରଖୁଛନ୍ତି। ଏହି ଭୌତିକ କାଣ୍ଡ ଯୋଗୁଁ ତାଙ୍କ ଝିଅୁକୁ ହୁଏତ କେହି ହତ୍ୟା କରିଛନ୍ତି। ଝିଅକୁ ହରାଇ ଆତ୍ମହରା ମାଆ ସ୍ୱାମୀଙ୍କ ଏପରି ନାରକୀୟ କାଣ୍ଡକୁ ବିଶ୍ୱାସ ମଧ୍ୟ କରି ପାରୁ ନାହାଁନ୍ତି। ଏ ନେଇ ଦୀପଚାନ୍ଦଙ୍କ ସାନଭାଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସନ୍ଦେହ କରୁଛି ଯଦି ପୁଲିସ ଦୀପଚାନ୍ଦଙ୍କୁ ଗିରଫ କରି ନ ଥାନ୍ତା, ତେବେ ସେ ଶିଶୁଟିର ମୃତଦେହ ନେଇ ଅନ୍ୟତ୍ର ଫିଙ୍ଗି ଦେଇଥାନ୍ତା। ଦୀପଚାନ୍ଦର ଅପରାଧିକ ରେକର୍ଡ ଥିବାରୁ ପୁଲିସ ଏହି ଘଟଣାକୁ ଅତି ଗୁରୁତର ସହିତ ନେଇଛି।

ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ୨୪ ତାରିଖ ଦିନ ସେହି ରାୟପୁର ଜଣେ ବାପା ତାନ୍ତ୍ରିକ କଥାରେ ତାଙ୍କର ୧୩ ବର୍ଷର ପୁଅଙ୍କ ତଣ୍ଟି କାଟି ବଳି ଦେଇଥିଲେ। ମେ ମାସରେ ମଧ୍ୟ ଜଣେ ୧୨ ବର୍ଷର ବାଳକର ତଣ୍ଟିି କାଟି ବଳିଦେଇ ଦୁଇଜଣ ଗିରଫ ହୋଇଥିଲେ। ରାୟପୁର ଅଞ୍ଚଳରେ ଅନ୍ଧବିଶ୍ୱାସରେ ନରବଳି ବଢ଼ି ଚାଲଉଥିବାରୁ ପୁଲିସ ପ୍ର ଶାସନ ପାଇଁ ଏହା ଚିନ୍ତାର କାରଣ ହୋଇଛି। ପୁଲିସ ତାନ୍ତ୍ରିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରୁଛି।।

ସମ୍ବନ୍ଧିତ ଖବର