ବେତନଟି/ବୈଶିଙ୍ଗା: ମୟୂରଭଂଜ ଜିଲ୍ଲାର ବୈଶିଙ୍ଗା ଥାନା ଏଏସ୍ଆଇ ସୁଶାନ୍ତ କୁମାର ମହରଣାକୁ ଦେଖି ଶୁକ୍ରବାର ୩ ଜଣ ଡକାୟତ ମଠ ଭିତରକୁ ପଶି ଯାଇଛନ୍ତି। ଫେରାର ଡକାୟତମାନେ ଆଜି ପୂର୍ବାହ୍ନରେ ବୈଶିଙ୍ଗାସ୍ଥିତ ମାଣତ୍ରୀ ରାସ୍ତା ପାର୍ଶ୍ୱରେ ଥିବା ମହାରଣା ଅଳଙ୍କାର ଦୋକାନରେ ଲୁଟ ଉଦ୍ୟମ କରିଥିଲେ। ଏହି ଲୁଟ ଉଦ୍ୟମ ଘଟଣାରେ ୩ ସଂପୃକ୍ତ ଅନ୍ୟ ୩ ଜଣ ଡକାୟତ ପୁଲିସ ହାତରେ ଧରାପଡ଼ିଛନ୍ତି। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଡକାୟତମାନେ ଅଣ ଓଡ଼ିଆ ବୋଲି ଜଣାପଡ଼ିଛି। ସେମାନେ ହିନ୍ଦୀ ଓ ବଂଗାଳୀ ଭାଷା କଥା ହେଉଛନ୍ତି।
ସୂଚନା ଅନୁସାରେ ଏଏସ୍ଆଇ ସୁଶାନ୍ତ କୁମାର ଆଜି ବାଲେଶ୍ୱରରୁ ବୈଶିଙ୍ଗା ଫେରୁଥିବା ବେଳେ ପଦ୍ମପୁର ନିକଟରେ ସାମ୍ନା ପଟରୁ ପଲସରରେ ଆସୁଥିବା ଡକାୟତଙ୍କ ହାବୁଡ଼ରେ ପଡ଼ିଥିଲେ। ପଲସରରେ ବସିଥିବା ୩ ଜଣ ଯୁବକଙ୍କ ପ୍ରତି ସୁଶାନ୍ତଙ୍କ ସନ୍ଦେହ ହୋଇଥିଲା। ଡକାୟତମାନେ ସୁଶାନ୍ତଙ୍କ ଉପରକୁ ଗୁଳିମାଡ଼ କରିଥିଲେ କିନ୍ତୁ କୌଣସି ପ୍ରକାରରେ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।
/sambad/media/post_attachments/wp-content/uploads/2019/11/betanati1-1024x768.jpg)
ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ମଠକୁ ଘେରି ରଖିଛି। ଘଟଣା ଉପରେ ମୟୂରଭଂଜ ଏସ୍ପି ଏସ୍ ପରମାର ଓ ବୈଶିଙ୍ଗା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ ନଜର ରଖିଛନ୍ତି। ଅନ୍ୟପଟରେ ଲୁଟେରାମାନଙ୍କ ଗୁଳି ଚାଳନା ଓ ଏସିଡ୍ ମାଡ଼ରେ ଅଳଙ୍କାର ଦୋକାନର ଉଭୟ ମାଲିକ ଧୃବଚରଣ ମହାରଣା ଓ ତାଙ୍କର ପୁଅ ଲିଟୁ ମହରାଣା ଗୁରୁତର ଆହତ ହୋଇଛନ୍ତି। ବାପ ଗୋଡ଼ରେ ଗୁଳି ବାଜି ଥିବା ବେଳେ ପୁଅ ଏସିଡ୍ ମାଡ଼ରେ ଗୁୁରୁତର ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/betanati.jpg)