ମୁମ୍ବାଇ: ନାସିକ ଜଣେ ମହିଳା ନିଜ ୧୪ ମାସର ଶିଶୁର ଦୁଷ୍ଟାମି ସହ୍ୟ ନ କରିପାରି ଶିଶୁଟିର ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ତାଙ୍କ ଶିଶୁର ଆଚରଣରେ ବିରକ୍ତ ହୋଇ ତା’ର ଗଳା କାଟି ନିଜେ ହତ୍ୟା କରିଥିବା କଥା ପୁଳିସ୍ ସମ୍ମୁଖରେ ସ୍ୱୀକାର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତା ଯୋଗିତା ମୁକେଶ ପାଓ୍ଵାରଙ୍କୁ ବୁଧବାର ଗିରଫ କରାଯାଇଛି। ସେ ତାଙ୍କ ୧୪ ମାସର ଝିଅ ସ୍ୱାରାଙ୍କ ହତ୍ୟା କରିଥିବା ହେତୁ ପୁଲିସ୍ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।
ଏ ସଂପର୍କରେ ଡେପୁଟି କମିସନର୍ ଅଫ୍ ପୁଲିସ୍ ଲକ୍ଷ୍ମୀକାନ୍ତ ପାଟିଲ୍ କହନ୍ତି, ‘ଅନୁମାନ ଲଗାଯାଉଛି ଯେ ମହିଳା ଜଣକ ନିଜ ପିଲା ଉପରେ ବିତସ୍ପୃହ ହୋଇ ଏପରି କରିଛନ୍ତି।’
ପୁଲିସ୍ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଛି। ଯୋଗିତାଙ୍କୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତରେ ରଖାଯିବ ବୋଲି ସୂଚନା ରହିଛି।
ପୂର୍ବରୁ ଯୋଗିତା କହିଥିଲେ ଯେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଘର ଭିତରକୁ ପଶି ତାଙ୍କ ଝିଅର ତଣ୍ଟି କାଟି ପଳାଇଥିଲେ।