ମହିଳା ପ୍ରଫେସରଙ୍କୁ ବିବାହ ପାଇଁ ଡକାଇ ଦୁଷ୍କର୍ମ କଲା ବନ୍ଧୁ, ଅଶ୍ଳୀଳ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କଲା ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ରାଜସ୍ଥାନ ଯୁବକଦ୍ୱାରା କାନପୁରର ମେଡିକାଲ କଲେଜର ମହିଳା ପ୍ରଫେସର ଦୁଷ୍କର୍ମର ଶିକାର ହୋଇଥିବା ଏକ ମାମଲା ସାମ୍ନାକୁ ଆସିଛି। ଦୁଷ୍କର୍ମକାରୀ ମହିଳା ପ୍ରଫେସରଙ୍କୁ ବିବାହ ପାଇଁ ଡକାଇ ନୋଏଡା ନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଦୁଷ୍କର୍ମକାରୀ ଦୁଷ୍କର୍ମ ସମୟର ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ଛାଡ଼ି ଦେଇଛି। ପୁଲିସ ଏହି ଘଟଣାର ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଛି।

ପୀଡିତା ମହିଳା ପ୍ରଫେସର ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି, କାନପୁରସ୍ଥିତ ଏକ ମେଡିକାଲ କଲେଜରେ ମୁଁ ପ୍ରଫେସର ଭାବେ କାମ କରେ। ରାଜସ୍ଥାନର ଶିକରରେ ମୁଁ ବସବାସ କରେ। ଏଠାରେ ରହୁଥିବା ଶୁଭବ ଶର୍ମା ସହିତ ମୋର ବନ୍ଧୁତା ହୋଇଥିଲା। ଶୁଭବ ଆମେରିକାରେ ରୁହେ। ଡିସେମ୍ବରରୁ ସେ ୧୫ଦିନ ପାଇଁ ଛୁଟି ନେଇ ରାଜସ୍ଥାନ ଆସିଥିଲା। ସେ ମୋ ସହ ବିବାହ କରିବାକୁ ଚାହେଁ ବୋଲି କହିଥିଲା। ମୁଁ ବି ତାକୁ ଜଣେ ଭଲ ବନ୍ଧୁ ଭାବି ତାର ବିବାହ ପ୍ରସ୍ତାବରେ ରାଜି ହୋଇଯାଇଥିଲି। ସେ ମୋତେ ନୋଏଡା ଡାକିଥିଲା। ନୋଏଡାରେ ତାର ଭଉଣୀ ରୁହନ୍ତି, ତାଙ୍କ ସମ୍ମୁଖରେ ତାର ମୋର ବିବାହ ହେବ ବୋଲି କହିଥିଲା।

ଶୁଭବ ମୋତେ ନୋଏଡା ଗେଷ୍ଟ ହାଉସ୍‌କୁ ନେଇଯାଇଥିଲା। ସେଠାରେ ମୋ ସହିତ ଜୋରଜବରଦସ୍ତ ଦୁଷ୍କର୍ମ କରି ଏବଂ ଅଶ୍ଳୀଳ ଭିଡଓ ମଧ୍ୟ କରିଥିଲା। ଯଦି ମୁଁ ତାକୁ କେବେ ବିବାହ କଥା କୁହେ କିମ୍ବା ପୁଲିସରେ ଏ ଘଟଣା ସମ୍ପର୍କରେ ଅଭିଯୋଗ କରେ ତେବେ ସେ ଏହି ଭିଡଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା। ଏହାପରେ ସେ ୟୁଏସ୍‌ ଫେରି ଯାଇଥିଲା।

ସମ୍ବନ୍ଧିତ ଖବର