ଯବାନ ହୋଇ ଦେଶକୁ ରକ୍ଷା କରୁଥିବା ବେଳେ ସାମାନ୍ୟ ୫ଲକ୍ଷ ଟଙ୍କା ଓ ଏସି ଦେଇ ନ ପାରିବାରୁ ବେଦି ଉପରେ କନ୍ୟା ଏବଂ ତା’ର ପରିବାର ଲୋକଙ୍କୁ ମାଡ଼ ମାରିଲା ବର

ଗୋଓ୍ଵାଲିୟର : ଯୌତୁକକୁ ନେଇ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଥମିବାର ନାଁ ନେଉଥିବା ବେଳେ ଏବେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ଯବାନ ହୋଇ ଦେଶକୁ ରକ୍ଷା କରୁଥିବା ବେଳେ ସାମାନ୍ୟ ଯୌତୁକ ପାଇଁ କନ୍ୟାର ପରିବାର ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କନ୍ୟା ଘର ଲୋକେ ୫ଲକ୍ଷ ଟଙ୍କା ଏବଂ ଏସି ଯୌତୁକରେ ଦେଇ ନ ପାରିବାରୁ ବିବାହ ଅଧାରୁ ବନ୍ଦ କରିବା ସହ କନ୍ୟା ଏବଂ ତାଙ୍କ ପରିବାର ଲୋକଙ୍କୁ ମାଡ଼ ମାରିଥିଲା ବର । ପୂର୍ବରୁ ୧୫ଲକ୍ଷ ଟଙ୍କା ଏବଂ ସୁନା ଗହଣା ଦିଆଯାଇଥିଲେ ମଧ୍ୟ ବିବାହ ସମୟରେ ପୁଣି ୫ଲକ୍ଷ ଟଙ୍କା ଏବଂ ଏସି ମାଗିଥିଲେ ବର ପକ୍ଷ । କନ୍ୟା ପକ୍ଷ ଦେବା ପାଇଁ ମନା କରିବାରୁ ରାଗି ଯାଇ ବିବାହ ବେଦୀରୁ ଉଠିଯାଇ ଝଗଡ଼ା ଆରମ୍ଭ କରିବା ସହ ଫାଙ୍କା ଗୁଳିଚାଳନା କରିଥିଲା ବର ।

The Indian Express

ସୂଚନା ମୁତାବକ, ସୁମିତ୍‌ ଶିବହରେ ପିଣ୍ଟୋ ପାର୍କ ଅଞ୍ଚଳରେ ଥିବା ଦ୍ୱାରିକା ବାଟିକାକୁ ବିବାହ ପାଇଁ ବରଯାତ୍ରୀ ନେଇ ପହଞ୍ଚିଥିଲେ । ପୂର୍ବରୁ ଯାହା ସ୍ଥିର କରାଯାଇଥିଲା ସେଭଳି ରୀତି ନୀତିରେ ବରକୁ ସ୍ୱାଗତ କରାଯାଇଥିଲା । ପୂର୍ବରୁ ସ୍ଥିର କରାଯାଇଥିବାରୁ ବର-କନ୍ୟାଙ୍କର ବରଣମାଳା ହେବା ସମୟରେ କନ୍ୟା ପକ୍ଷ ୧୫ଲକ୍ଷ ଟଙ୍କା ଏବଂ ସୁନାଗହଣା ବରପକ୍ଷକୁ ଦେଇଥିଲେ । ଏହା ପରେ ପରେ କନ୍ୟା ବେଦିରେ ବସିଥିବା ବେଳେ ବରପକ୍ଷ ଆହୁରି ୫ଲକ୍ଷ ଟଙ୍କା ଏବଂ ଏସି ଦେବା ପାଇଁ କହିଥିଲେ । ବରପକ୍ଷର ଏହି ଇଚ୍ଛାକୁ ପୂରଣ କରିବା ପାଇଁ କନ୍ୟାପକ୍ଷ ରାଜି ନହେବାରୁ ବର ବେଦିରୁ ଉଠିଯିବା ସହ କନ୍ୟା ଏବଂ ତାଙ୍କ ପରିବାର ଲୋକଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଏନେଇ ପୁଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ବର ଏବଂ ବରଯାତ୍ରୀଙ୍କୁ ଗିରଫ କରିଥିଲା ପୁଲିସ । ଏହି ଘଟଣା ପରେ କନ୍ୟା ଆହତ ହୋଇଥିବାରୁ ଚିକତ୍ସା ପାଇଁ ତାଙ୍କୁ ଡ଼ାକ୍ତରଖାନା ପଠାଯାଇଥିବା ବେଳେ ଏ ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର