ଦୁଇ ପରିବାର ମଧ୍ୟରେ ମାଡ଼ପିଟ, ୨ ଗିରଫ

ଭୁବନେଶ୍ୱର: ଉଧାର ଟଙ୍କାକୁ ନେଇ ସାଲିଆସାହି ମଙ୍ଗଳାନଗର ବସ୍ତିର ଦୁଇ ପରିବାର ମଧ୍ୟରେ ମାଡ଼ପିଟ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଉଭୟ ପକ୍ଷର ୨ଜଣକୁ ଗିରଫ କରିଛି। ସେମାନେ ହେଲେ ଗୋଟିଏ ପକ୍ଷର ପ୍ରତିମା ନାୟକ(୪୦) ଓ ଅନ୍ୟ ପକ୍ଷର ବାଙ୍କନିଧି ସ୍ୱାଇଁ(୫୦)। ଗତ କିଛିଦିନ ତଳେ ପ୍ରତିମାଙ୍କ ସ୍ୱାମୀ ତ୍ରୀନାଥ ନାୟକ ସେହି ବସ୍ତିର ବାଙ୍କନିଧି ସ୍ୱାଇଁଙ୍କ ଠାରୁ କିଛି ଟଙ୍କା ଉଧାର ନେଇଥିଲେ। ହେଲେ ଟଙ୍କା ଦେବାରେ ବିଳମ୍ବ କରିବାରୁ ବାଙ୍କନିଧି ତ୍ରୀନାଥଙ୍କୁ ବାରମ୍ବାର ଟଙ୍କା ମାଗିଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବାଙ୍କନିଧି ରାଗିଯାଇ ସେଠାରେ ଥିବା ଏକ କାଠଫାଳିଆରେ ତ୍ରୀନାଥଙ୍କୁ ପିଟି ଥିଲା। ତେବେ ସେଠାରେ ଥିବା ତ୍ରୀନାଥଙ୍କ ପତ୍ନୀ ପ୍ରତିମା ବାଙ୍କନିଧିଙ୍କୁ ପାଲଟା ଆକ୍ରମଣ କରିଥିଲେ। ଏନେଇ ଉଭୟ ପକ୍ଷରୁ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଉଭୟ ପ୍ରତିମା ଓ ବାଙ୍କନିଧିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର