କଲେଜ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ

ଖଣ୍ଡଗିରି: ବୁଧବାର ରାତିରେ ରାଜଧାନୀ କଲେଜର ଜଣେ ଛାତ୍ରଙ୍କୁ କିଛି ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ହୋଇଥିବା ଛାତ୍ର ଅସୀମ ମହାନ୍ତି ଏ ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ଛାନ୍‌ଭିନ୍‌ ଜାରି ରଖିଛି। ସୂଚନାନୁସାରେ ରାତି ପ୍ରାୟ ୮ଟା ବେଳେ ଅସୀମ ନିଜର କିଛି ବନ୍ଧୁଙ୍କ ସହ କଲେଜ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ହଠାତ୍‌ ୪/୫ଜଣ ଅଣଛାତ୍ର ସେଠାରେ ପହଞ୍ଚି ତାଙ୍କୁ ଗାଳିମନ୍ଦ କରିବା ସହ କଲେଜ ନିର୍ବାଚନରେ ମୁଣ୍ଡ ନ ଖେଳାଇବାକୁ ଧମକ ଦେଇଥିଲେ। ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ।

ସମ୍ବନ୍ଧିତ ଖବର