ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ, ଜଣେ ଗିରଫ

ଚନ୍ଦ୍ରଶେଖରପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚନ୍ଦ୍ରଶେଖରପୁର ବସ୍ତିର ଜଣେ ଯୁବକ ପଡ଼ୋଶୀକୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣାରେ ଅଭିଯୁକ୍ତ ଜଣଙ୍କ ବ୍ୟବହାର କରିଥିବା ଏକ ଛୁରିକୁ ମଧ୍ୟ ପୁଲିସ ଜବତ କରିଛି। ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତଜଣଙ୍କ ହେଲା, ଜୀବନଜ୍ୟୋତି ସେଠୀ (୨୨)। ଘର ବେଗୁନିଆରେ। ସେ ଚନ୍ଦ୍ରଶେଖରପୁର ବସ୍ତିରେ ରହୁଥିଲା। ସେଠାରେ ଜଣେ ବ୍ୟକ୍ତି ପରିବାର ଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବାରୁ ଆହତ ପରିବାର ଲୋକ ତା’ ନାମରେ ଥାନାରେ ଅଭିଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର