ବାପ-ପୁଅଙ୍କୁ ମାଡ଼ ମାରି ଯୁବକ ଗିରଫ

ଖଣ୍ଡଗିରି: ବାପ-ପୁଅଙ୍କୁ ମାଡ଼ ମାରି ଆହତ କରିଥିବା ଅଭିଯୋଗରେ ଶନିବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ପାତ୍ରପଡ଼ା ଅଞ୍ଚଳର ମନୋରଂଜନ ନାଏକ(୨୮)। ଏହି ମାମଲାରେ ମନୋରଂଜନର ଭାଇ କାହ୍ନ ନାଏକ ଫେରାର୍‌ ଥିବା ଜଣାପଡ଼ିଛି। ସୂଚନାନୁସାରେ ଗତ ମାସ ୨୮ ତାରିଖରେ ମନୋରଂଜନ ଓ କାହ୍ନ ସେହି ଅଞ୍ଚଳର ମହେନ୍ଦ୍ର ହରିଚନ୍ଦନଙ୍କ ଘରକୁ କୌଣସି କାମ ବାବଦରେ ଥିବା ବାକି ଟଙ୍କା ମାଗିବାକୁ ଯାଇଥିଲେ। ତେବେ ଟଙ୍କା ଦେଣନେଣକୁ ନେଇ ସେମାନଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମନୋରଂଜନ ସେଠାରେ ତଳେ ପଡ଼ିଥିବା ଏକ କାଠ ଫାଳିଆ ଉଠାଇ ମହେନ୍ଦ୍ରଙ୍କ ମୁଣ୍ଡକୁ ପିଟି ଦେବାକୁ ବସିଥିଲା। ମୁଣ୍ଡକୁ ବଞ୍ଚାଇବାକୁ ଯାଇ ମହେନ୍ଦ୍ର ହାତ ଦେଖାଇ ଦେଇଥିଲେ ଓ କାଠ ଫାଳିଆ ମାଡ଼ରେ ମହେନ୍ଦ୍ରଙ୍କ ହାତ ଭାଙ୍ଗି ଯାଇଥିଲା। ବାପାଙ୍କୁ ରକ୍ଷା କରିବାକୁ ମହେନ୍ଦ୍ରଙ୍କ ପୁଅ ବିଶ୍ୱରଂଜନ ଧାଇଁ ଆସିବାରୁ ମନୋରଂଜନର ଭାଇ କାହ୍ନ ତାଙ୍କୁ ଅଟକାଇବା ସହ ମାଡ଼ ମାରିଥିଲା। ଏ ନେଇ ମହେନ୍ଦ୍ର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରାତିରେ ପୁଲିସ ମନୋରଂଜନକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର