ବସ୍ତିରେ ଗଣ୍ଡଗୋଳ, ଦୁଇ ଗିରଫ

ଚନ୍ଦ୍ରଶେଖରପୁର: ଡ଼ମଣା ଛକ ନିକଟ ନିଳପଡ଼ିଆ ବସ୍ତିରେ ଗତ ଦୁଇ ଦିନ ପୂର୍ବେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫକରିଛି। ସୋମାନେ ହେଲେ ଶିବ ମାଟିଆ ଓ ରାମ ମାଟିଆ। ଏହି ଦୁଇ ଯବୁକ ତାଙ୍କ ବସ୍ତିର ଟୁନୁ ମାଟିଆ ଓ ବେଙ୍ଗ ମାଟିଆଙ୍କୁ ଆକ୍ରୋଷ ମୁଳକ ଭାବେ ପୂର୍ବ ଶତୃତାକୁ କେନ୍ଦ୍ରକରି ମାଡ଼ମାରିଥିଲେ। ଯାହାନେଇ ଉଭୟଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ତେବେ ଗିରଫ ଅଭିଯୁକ୍ତମାନେ ଟୁନୁ ଓ ବେଙ୍ଗଙ୍କୁ ମାରଣାସ୍ତ୍ରରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଆହତମାନେ ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତମାନେ ଗିରଫ ଭୟରେ କେଉଁ ଆଡ଼େ ଫେରାର୍‌ ହୋଇଯାଇଥିଲେ। ତେବେ ଆଜି ସଂଧ୍ୟାରେ ପୁଲିସ୍‌ ଦୁଇ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲଣ କରିଛି। କାଲି ସେମାନଙ୍କୁ ପୁଲିସ୍‌ କୋର୍ଟ ଚାଲଣକରିବ।

ସମ୍ବନ୍ଧିତ ଖବର