ନୂଆଗାଁ-ମଳିପଡ଼ା ଗୋଷ୍ଠୀ ସଂଘର୍ଷ, ୨ଆହତ, ଜଣେ ଗିରଫ

ଖଣ୍ଡଗିରି: ବୁଧବାର ରାତିରେ ସ୍ଥାନୀୟ ନୂଆଗାଁ ଓ ଚନ୍ଦକା ଥାନା ଅନ୍ତର୍ଗତ ମଳିପଡ଼ା ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଖଣ୍ଡଗିରି ଥାନା ପୁଲିସ ମଳିପଡ଼ାର ରଂଜିତ ହରିଚନ୍ଦନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାନୁସାରେ, ବୁଧବାର ରାତିରେ ମଳିପଡ଼ାର ରଂଜିତ ଭୁବନେଶ୍ବରରୁ ଘରକୁ ଫେରୁଥିବା ବେଳେ ନୂଆଗାଁ ଛକରେ ବସିଥିବା ବିଶ୍ବନାଥ ବେହେରା ଓ ସୋମନାଥ ବେହେରାଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ରଂଜିତଙ୍କଠାରୁ ଫୋନ୍‌ ପାଇ ମଳିପଡ଼ାର କିଛି ଯୁବକ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ନୂଅଗାଁ ଛକରେ ପହଞ୍ଚିଥିଲେ। ସେମାନେ ବିଶ୍ବନାଥ ଓ ସୋମନାଥଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗଣ୍ଡଗୋଳ ଖବର ପାଇ ନୂଆଗାଁର ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବା ପରେ ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ମଳିପଡ଼ାର କିଛି ଯୁବକ ମଧ୍ୟ ଆହତ ହୋଇଥିଲେ। କିନ୍ତୁ ନୂଆଗାଁ ଲୋକଙ୍କୁ ମୁକାବିଲା କରି ନପାରି ମଳିପଡ଼ାର ଯୁବକମାନେ ସେଠାରୁ ପଳାଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏ ସଂପର୍କରେ ଥାନାରେ ଦୁଇ ପକ୍ଷରୁ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର