ଗାଡ଼ିର ନମ୍ବର ପ୍ଲେଟ୍‌ରେ ପଦ୍ମ ଚିହ୍ନ ଲଗାଇ ଫସିଲେ ପୁଲିସକର୍ମୀ, ରୁଜୁ ହେଲା ଏତଲା

ଲକ୍ଷ୍ନୌ : ବାଇକ୍‌ର ନମ୍ବର ପ୍ଲେଟ୍‌ରେ ବିଜେପି ଦଳର ଚିହ୍ନ ପଦ୍ମକୁ ତିଆରି କରି ଫସିଛନ୍ତି ଉତ୍ତରପ୍ରଦେଶର ପୁଲିସ ସବ୍‌ ଇନ୍ସପେକ୍ଟର । ସୋସିଆଲ ମିଡିଆରେ ଜଣେ ପୁଲିସକର୍ମୀଙ୍କ ଫଟୋ ଭାଇରାଲ ହେବା ପରେ ପୁଲିସ ଫଟୋକୁ ଯାଞ୍ଚ କରି ପୁଲିସ ସବ୍‌ ଇନ୍ସପେକ୍ଟର ପରିଚୟ ପାଇ ପାରିଥିଲେ । ଯାହା ପରେ ପୁଲିସ ସବ୍‌ ଇନ୍ସପେକ୍ଟରଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବାର ଆରୋପ ଲଗାଯାଇ ଏତଲା ରୁଜୁ କରିଥିବା ଜଣାପଡ଼ିଛି । ଏହା ସହ ପୁଲିସ ସବ୍‌ ଇନ୍ସପେକ୍ଟରଙ୍କ ବାଇକ୍‌କୁ ମଧ୍ୟ ଜବତ କରାଯାଇଛି ।

ଜିଲ୍ଲା ପୁଲିସ ପ୍ରବକ୍ତା ଆଶିଷ ଦିବେଦୀଙ୍କ କହିବା ଅନୁଯାୟୀ, ଠାକୁରଗଞ୍ଜ ପୁଲିସ ଷ୍ଟେସନରେ ମୁତୟନ ଥିବା ପୁଲିସ ସବ୍‌ ଇନ୍ସପେକ୍ଟରଙ୍କ ନାଁ ଅବ୍‌ନୀଶ ସିଂହ ବୋଲି ଜଣା ପଡ଼ିଛି । ଏସ୍‌ଏସ୍‌ପି କଳାନିଧି ନୈଥାନୀ ଏହି ମାମଲାକୁ ଗମ୍ଭୀରତାର ସହ ନେବା ସହ ତଦନ୍ତ ଜାରି ରଖିଛନ୍ତି । ପୁଲିସ ସବ୍‌ ଇନ୍ସପେକ୍ଟର ଅବ୍‌ନୀଶଙ୍କ ବିରୋଧରେ ଧାରା ୧୮୮ଅନୁଯାୟୀ ଏତଲା ରୁଜୁ ହୋଇଛି ।

oneindia.com

ସୂଚନା ମୁତାବକ, ନମ୍ବର ପ୍ଲେଟ୍‌ର କୌଣସି ଚିହ୍ନ ରଖିବା ଏକ ଅପରାଧ । କାରଣ ପରିବହନ ନିୟମ ଅନୁଯାୟୀ, ନମ୍ବର ପ୍ଲେଟ୍‌ରେ ନମ୍ବର ବ୍ୟତିତ ଅନ୍ୟ କିଛି ଲେଖାଗଲେ ତାହା ଆଇନ ବିରୁଦ୍ଧ । ଏଭଳି କରିବା ଦ୍ୱାରା ଆର୍‌ଟିଓ ବା ଏଆର୍‌ଟିଓ ଗାଡ଼ି ମାଲିକ ବିରୋଧରେ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରି ପାରିବେ । କିନ୍ତୁ ଆଜିକାଲି ଲୋକମାନେ ଏଭଳି ଭୁଲ କରିବାକୁ ପଛାଉ ନାହାନ୍ତି ।

ସମ୍ବନ୍ଧିତ ଖବର