ଶିକ୍ଷକଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ରୀ

ନୋଏଡ଼ା : ଉତ୍ତରପ୍ରଦେଶର ନୋଏଡ଼ାସ୍ଥିତ ସେକ୍ଟର ୫୨ରେ ରହୁଥିବା ଜଣେ ନବମ ଶ୍ରେଣୀର ଛାତ୍ରୀ ଇଶିକା ରାଘବ ଘରର ଏକ କୋଠରୀରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଇଶିକାଙ୍କୁ ତାଙ୍କ ବିଦ୍ୟାଳୟର ଦୁଇ ଶିକ୍ଷକ ମାନସିକ ନିର୍ଯାତନା ଦେଉଥିଲେ । ଏଣୁ ଇଶିକା କିଛି ଉପାୟ ନ ପାଇ ଆତ୍ମହତ୍ୟା ଭଳି ନିର୍ଣ୍ଣୟ ନେଇଛନ୍ତି ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।

ଘଟଣା ଅନୁଯାୟୀ ,ଇଶିକାଙ୍କର ବିଦ୍ୟାଳୟର ଦୁଇ ଶିକ୍ଷକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ,ଏଥିପାଇଁ ସେ ଅନେକ ସମୟରେ ଚିନ୍ତାଗ୍ରସ୍ତ ରହୁଥିଲେ। ଅଭିଯୋଗ ଅନୁଯାୟୀ, ମୟୁର ବିହାରର ନିରଜ ଆନନ୍ଦ ଏବଂ ଆଇପି ଏକ୍ସଟେନସନରେ ରହୁଥିବା ରାଜୀବ ସହଗଲ ନାମକ ଦୁଇ ଶିକ୍ଷକ ଜାଣିଶୁଣି ଇଶିକାଙ୍କୁ ମାନସିକ ସ୍ତରରେ ର୍ଦୁବଳ କରିବା ପାଇଁ ତାଙ୍କୁ ପରୀକ୍ଷାରେ ଦୁଇ ବିଷୟରେ ଫେଲ ମଧ୍ୟ କରିଦେଇଥିଲେ । ଏହା ସହ ବାରମ୍ବାର ଇଶିକାଙ୍କୁ ନିର୍ଯାତନା ମଧ୍ୟ ଦେଉଥିଲେ । ଏଥିଯୋଗୁ ଁ ଇଶିକା କିଛି ଉପାୟ ନ ପାଇ ନିଜ ଜୀବନ ଶେଷ କରିବା ପାଇଁ ନିର୍ଣ୍ଣୟ ନେଇଥିଲେ । ପରିବାର ଲୋକ ଇଶିକାଙ୍କୁ ଆତ୍ମହତ୍ୟା କରୁଥିବା ଦେଖି ତାଙ୍କୁ କୈଲାସ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

punjabkesari.in

ଇଶିକାଙ୍କ ପିତା ରାଘବ ସାହା ଘଟଣା ବିଷୟରେ ପୁଲିସ ନିକଟରେ ଏକ ମାମଲା ରୁଜୁ କରିଛନ୍ତି। ଏହାପରେ ପୁଲିସ ମାମଲାର ତଦନ୍ତ କରିଥିଲା। କିନ୍ତୁ ଇଶିକାଙ୍କ ନିକଟରୁ କୌଣସି ଆତ୍ମହତ୍ୟା ପତ୍ର ମିଳି ନ ଥିଲା । ପୁଲିସ ଇସିକାଙ୍କ ପିତାଙ୍କ ଅଭିଯୋଗ କ୍ରମେ ଆରୋପୀ ଦୁଇ ଶିକ୍ଷକଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ୩୦୬ ଏବଂ ୫୦୬ ଧାରାରେ ମାମଲା ରୁଜୁ କରିଛି ।

ସମ୍ବନ୍ଧିତ ଖବର