ଅଲିମ୍ପିକ୍ସ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

0 265

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଶନିବାର ଦିଲ୍ଲୀର ଏକ ଥାନାରେ ମାମଲା ରୁଜୁ ହୋଇଛି। ପ୍ରବୀଣଙ୍କ ଭାଇ ନବୀନ ରାଣାଙ୍କ ଅଭିଯୋଗ କ୍ରମେ ଭାରତୀୟ ଦଣ୍ଡ ସଂହିତା ଧାରା ୩୨୩ରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଯୋଗ୍ୟତା ହାସଲ ଲାଗି କେଡି ଯାଦବ ଷ୍ଟାଡିୟମରେ ଚାଲିଥିବା ଟ୍ରାଏଲ୍ସ ବେଳେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଟ୍ରାଏଲ ବେଳେ ରେସଲିଙ୍ଗ ଫେଡେରେସନ ଅଫ୍‌ ଇଣ୍ଡିଆର ସଭାପତି ବ୍ରଜ ଭୂଷଣ ସିଂହ ସରଣ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଶୁକ୍ରବାର ସୁଶୀଲ ସେମିଫାଇନାଲରେ ପ୍ରବୀଣ ରାଣାଙ୍କୁ ହରାଇ ଦେଇଥିଲେ। ପରେ ସୁଶୀଲ କୁମାର ଏବଂ ପ୍ରବୀଣ ରାଣାଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି ହୋଇଥିଲା। ଫଳରେ ଏଠାରେ ଉପସ୍ଥିତ ପ୍ରବୀଣଙ୍କ ସମର୍ଥକମାନେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ସୁଶୀଲଙ୍କ ସମର୍ଥକ ଖୁସିରେ ପାଟି କରିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ଟ୍ରାଏଲ୍ସ ବେଳେ ପ୍ରବୀଣ ମୋତେ ଆକ୍ରମଣ କରିଥିଲେ ବୋଲି ସୁଶୀଲ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସୁଶୀଲଙ୍କ ସମର୍ଥକମାାନେ ମୋତେ ହତ୍ୟା ସହ କୁସ୍ତି ଲିଗ୍‌ରେ ଭାଗ ନନେବା ପାଇଁ ଧମକ ଦେଇଥିଲେ ବୋଲି ରାଣା ଅଭିଯୋଗ କରିଥିଲେ।

ସୁଶୀଲଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯୋଗ୍ୟତା

ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ୨୦୧୮ରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟତା ମୁକାବିଲାର ୭୪ କିଲୋଗ୍ରାମ ବର୍ଗରେ ସେ ଜିତେନ୍ଦ୍ର କୁମାରଙ୍କୁ ପରାସ୍ତ କରିଥିଲେ। ନିକଟରେ ସୁଶୀଲ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଆୟୋଜିତ ହୋଇଯାଇଥିବା ରାଜ୍ୟଗୋଷ୍ଠୀ କୁସ୍ତି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.