ଅଭିଯୁକ୍ତ ଗିରଫ, ପିସ୍ତଲ ସହ ୫ ଗୁଳି ଜବତ

ମଉସା ଗୁଳିମାଡ଼ରେ ପୁତୁରା ଗୁରୁତର ଘଟଣା

ଜଟଣୀ : ଛଣଘର ପଞ୍ଚାୟତର କୁସୁମାଟି ଗ୍ରାମର ବିଶ୍ୱରଂଜନ ସୁବୁଦ୍ଧି ଓରଫ ପିଣ୍ଟୁଙ୍କୁ ଗୁଳିମାଡ଼ ଘଟଣାରେ ଜଟଣୀ ଥାନା ପୁଲିସ ସେହି ଗ୍ରାମର ସୁଶାନ୍ତ ସାହୁ ଓରଫ ସୁଶେଇକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତା’ ନିକଟରୁ ପୁଲିସ ଏକ ପିସ୍ତଲ ସହ ୫ଟି ଗୁଳି ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ, ପାରିବାରିକ ବିବାଦକୁ କେନ୍ଦ୍ର କରି ଗତ ୧ ତାରିଖ ସକାଳେ ପିଣ୍ଟୁ ଗାଁ ରାସ୍ତାରେ ଯାଉଥିବା ବେଳେ ସୁଶାନ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ପିଣ୍ଟୁଙ୍କ ତଳିପେଟରେ ପଶିଯିବାରୁ ସେ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର