ଭୁବନେଶ୍ୱରରେ ଗୁଳିକାଣ୍ଡ, ୨ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରବିବାର ସନ୍ଧ୍ୟାରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସହିଦ ନଗର ଥାନା ଅନ୍ତର୍ଗତ ଟଙ୍କପାଣିରୋଡ ବ୍ରିଜ୍‌ ନିକଟରେ ଏହି ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୨ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଦୁର୍ବୃତ୍ତମାନେ ଏକ କାରରେ ଆସି ଟଙ୍କାପାଣି ବ୍ରିଜ୍‌ ନିକଟରେ ୪ ରାଉଣ୍ଡ ଗୁଳି ଫୁଟାଇଥିଲେ। ଏଥିରୁ କିଛି ଗୁଳି ୨ ଜଣ ଯୁବକଙ୍କ ଶରୀରରେ ବାଜିଥିଲା। ଫଳରେ ସେମାନେ ଆହତ ହୋଇଥିଲେ। ଗୁଳିକାଣ୍ଡରେ ସୁଶାନ୍ତ ଭୋଇ ନାଁରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। କେଉଁ କାରଣରୁ ଦୁର୍ବୃତ୍ତମାନେ ଗୁଳିକାଣ୍ଡ କରିଛନ୍ତି, ତାହା ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ସୂଚନା ମିଳିବା ପରେ ପୁଲିସ ଛାନ୍‌ଭିନ୍‌ ଚଳାଇଛି।

ସୂଚନାଯୋଗ୍ୟ କମିସନରେଟ୍‌ ପୁଲିସର ଦୁର୍ବଳତାର ସୁଯୋଗ ନେଇ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସମୟରେ ଅପରାଧିକ ଘଟଣା ଦେଖିବାକୁ ମିଳୁଛି। ଅନେକ ସମୟରେ ଅପରାଧୀ ଖସିଯାଉଛନ୍ତି। ଫଳରେ ସାଧାରଣ ଜୀବନ ପ୍ରତି ବିପଦ ରହୁଛି ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ରଖିଥାନ୍ତି।

ସମ୍ବନ୍ଧିତ ଖବର