ପୁର୍ବ ଶତ୍ରୁତାରୁ ଗୁଳିମାଡ, ଦୁଇ ଗୁରୁତର

ଖାର୍ଦ୍ଧା/ଜୟପୁର: ଜଙ୍କିଆ ଓରବରସିଂହ ପଞ୍ଚାୟତର ତେନ୍ତୁଲିମୂଳ ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଗୁଲିମାଡ ହୋଇଛି । ଗୁଳିମାଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଲିମାଡ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ସେହିପରି ଜୟପୁରରେ ଜଣେ ୧୨ ବର୍ଷ ନାବାଳିକା ଉପରେ ମଧ୍ୟ ଗୁଳିମାଡ ହୋଇଛି । ହୋଲି ପର୍ବରେ ପାଣିରେ ବୁଡି ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଦୁଇ ଦୁଇଟି ଗୁଲିକାଣ୍ଡ ସାଧାରଣରେ ପୁଲିସର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର