ୱାସିଂଟନ୍‌ ଡିସିରେ ଗୁଳିକାଣ୍ଡ, ଜଣେ ମୃତ

ଓ୍ଵାସିଂଟନ୍‌: ଵାସିଂଟନ୍‌ ଡିସିରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଞ୍ଚଜଣ ଆହତ ହୋଇଛନ୍ତି। ହ୍ବାଇଟ୍‌ ହାଉସଠାରୁ ମାତ୍ର ୩ କିମି ଦୂରରେ ଏହି ଗୁଳିକାଣ୍ଡ ଘଟିଥିବାରୁ ସମଗ୍ର ଅଂଚଳରେ କଡ଼ା ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଗୁଳିକାଣ୍ଡ ମାମଲାରେ ପୁଲିସ କାହାକୁ ଗିରଫ କରିନାହିଁ କି ଗୁଳିକାଣ୍ଡର କାରଣ ସଂକ୍ରାନ୍ତରେ କିଛି ଜଣାପଡ଼ି ନାହିଁ ବୋଲି ମେଟ୍ରୋପଲିଟାନ୍‌ ପୁଲିସ କମାଣ୍ଡର୍‌ ଷ୍ଟୁଆର୍ଟ ଏମର୍‌ମ୍ୟାନ୍‌ କହିଛନ୍ତି। ସେ କହିଛନ୍ତି, ଗୁଇନ୍ଦାମାନେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛନ୍ତି ଓ କ୍ୟାମେରା ଫୁଟେଜ୍‌କୁ ଅପେକ୍ଷା କରିଛନ୍ତି। ଗୁଳିକାଣ୍ଡରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଏବଂ ପାଞ୍ଚଜଣ ପୁରୁଷ। ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ହ୍ଵାଇଟ୍‌ ହାଉସ୍‌ଠାରୁ ତିନି କିଲୋମିଟର ଦୂର କଲମ୍ବିଆ ହାଇଟ୍‌ସ୍‌ ନିକଟରେ ଗୁଳି ଚାଳନା ହୋଇଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର